STORYMIRROR

Gyana Ranjan Kar

Romance

2  

Gyana Ranjan Kar

Romance

ପ୍ରତିବାଦରେ 'କାହିଁକି'

ପ୍ରତିବାଦରେ 'କାହିଁକି'

1 min
13.2K


କଣ ମୋ ଆଖିର ଲୁହକୁ ତମ ସିନ୍ଦୁରରେ ମିଶାଇ ଆଉ କାହା ପାଦର ଅଲତାର ଗାର କରିବା ହିଁ ଆମ ପ୍ରେମର ଭାଗ୍ୟ!!


ନା ମୋ ବଂଶୀ ସ୍ୱରରେ ତମ ପାଉଁଜିର ରୁଣ୍ ଝୁନ୍ ମିଶାଇ ଆଉ କାହା କାନର ଝୁମୁକା ବନେଇବାକୁ ଆମେ ଭଲ ପାଇଥିଲେ ଦୁହେଁ ଦୁହିଁଙ୍କୁ!!


ନା ତମ କଣ୍ଠର ସେ ମେଘ ମହ୍ଲାରରେ ମୋ ଚିର ନୃତ୍ୟାନ୍ବିତ ପାଦ ଦୁଇଟିକୁ ମିଶେଇ ଆଉ କାହାର ରଙ୍ଗ ତୁଳିକୁ ସଜେଇବାକୁ ହେଇଥିଲା ଏଇ ପ୍ରେମ!!


ନା ପୁଣି ତମ ଓଠରେ ସେ ପ୍ରତିଚୁମ୍ବନକୁ ମୋ ଉତ୍କଣ୍ଠିତ ହୃଦୟର ପ୍ରତିଛବି ସହ ମିଶାଇ ଆଉ କାହା ପାଇଁ ବସା ବାନ୍ଧିବାକୁ ଆମେ ଆଗେଇ ଆସିଥିଲେ ଏତେ ବାଟ।


ନା ପୁଣି ତମ ବାଟରେଥିବା ସବୁ କଣ୍ଟାକୁ ମୁଁ ମୋ ପାଦରେ ଦଳି ରକ୍ତ ବୁହାଇଥିଲି ଆଉ କାହାପାଇଁ ପୁଷ୍ପମୟ ରାସ୍ତାଟିଏ ତିଆରି କରିବାକୁ।


ନା ସେ ଚିକମିକ ଆଲୁଅ ତମ ଆଖିକୁ ଝଲସେଇଲା ବେଳେ ମୋ ପାପୁଲି ଦୁଇଟି ତାକୁ ଲୁଚେଇ ଦେଉଥିଲା ଆଉ କାହା ଆଖିରେ ସ୍ବପ୍ନ ମୁଠାଏ ଭରିବାକୁ।


ଓଃ! ତମ କୁରାଢ଼ୀଟା ଭାରି ଧାରୁଆ, ଆଉ ମୋ ହୃଦୟଟା ଭାରି ନରମ, ଫାଡ଼ି ହେଇଯାଉଛି ଆଜି ରକ୍ତିମ ଚିତ୍ରଅଙ୍କା ନଈ ଭିତରେ। *ତମେ ଆଉ ମୁଁ* ର ପରିକଳ୍ପନାରେ ଆଉ *କିଏ*!! କେମିତି, କାହିଁକି?? ଏଇ ଜୀବନ ଏତେ ନିଷ୍ଠୁର କାହିଁକି?? ଏଇ ସମୟ ଏତେ ବଳିଆନ କାହିଁକି? କାହିଁକି ଏଇ ସମୟ ପ୍ରେମ ପାଖରେ କେବେ ହାର ମାନିବାକୁ ନାରାଜ଼? କାହିଁକି!! ଆଜି *ତମେ ଆଉ ମୁଁ* ଭିତରେ *ଆଉ କିଏ* କାହିଁକି?? କାହିଁକି!! କାହିଁକି।



ଲେଖନୀ- ଜ୍ଞାନ ରଞ୍ଜନ କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance