STORYMIRROR

Gyana Ranjan Kar

Others

2  

Gyana Ranjan Kar

Others

ଜାଣେନା କାହା ପାଇଁ

ଜାଣେନା କାହା ପାଇଁ

1 min
13.4K


ଜାଣେନା ମୁଁ କାହା ପାଇଁ;

ରାତି ଅଧେ ତାରା ଗଣେ,ସ୍ବପ୍ନ ବୁଣେ, ମନକୁ ବୁଝେଇ ଅପେକ୍ଷା କରେ।


ଜାଣେନା ମୁଁ କାହା ପାଇଁ;

ରାସ୍ତା ରେ ଝୁଣ୍ଟେ, ଟିକେ ରହିଯାଏ,ପଛକୁ ଅନାଏ, ପାଏନା କେହି।


ଜାଣେନା ମୁଁ କାହା ପାଇଁ ;

ଖୁବ ହସେ,ଛାତିକୁ ଥରାଏ, ଚିତ୍କାର କରେ ଅଟ୍ଟହାସ୍ୟର,ପୁଣି ରହିଯାଏ ମୁହଁ ବନ୍ଦ କରି।


ଜାଣେନା ମୁଁ କାହା ପାଇଁ ;

ଭୁଲିଯାଏ, ସବୁ କିଛି ଭୁଲିଯାଏ,ପ୍ରେମକୁ ଭି ଆଉ ପ୍ରତାରଣାକୁ ଭି।


ଜାଣେନା ମୁଁ କାହା ପାଇଁ;

ଅତର କିଣେ, ନିଜକୁ ରଙ୍ଗାଏ,ଆଖିକୁ ଆଲୁଅ ଦିଏ ଘରକୁ ଅନ୍ଧାର କରି।


ଜାଣେନା ମୁଁ କାହା ପାଇଁ;

ଚିଠି ଲେଖେ, ଚିଠି ଚିରେ,ଡାଏରି ଭରେ କଲମ ମାଡି ମାଡି।


ଜାଣେନା ମୁଁ କାହା ପାଇଁ;

ଠିକ କରେ,ଭୁଲ କରେ,ହିସାବ କରେ ନିକିତି ଧରି।


ଜାଣେନା ମୁଁ କାହା ପାଇଁ;

ହାତ ଧରେ, ହାତ ଛାଡେ,ସ୍ମୃତି ମିଶାଏ ଆଖି ଭରି।


ତୁମ ପାଇଁ!! ମୁଁ ଜାଣେ ହେଲେ......... ଜାଣେନା।


ଲେଖନୀ- ଜ୍ଞାନ ରଞ୍ଜନ କର, କଟକ

ph No-9658955207


Rate this content
Log in