STORYMIRROR

Gyana Ranjan Kar

Inspirational

3  

Gyana Ranjan Kar

Inspirational

ବୃକ୍ଷ

ବୃକ୍ଷ

1 min
13.6K


ମୁଁ ବୃକ୍ଷ

ଯିଏ ସରା ଘାତ ହୁଏ,

ଯିଏ ନିଜ ପତ୍ର ଫୁଲ ପାଇଁ ଲହୁ ଲୁହାଣ ହୁଏ,

ଯିଏ ଫଳ ଧରି ଟେକା ମାଡ ଖାଏ,

ଆଉ ଶେଷରେ ହୋମାଗ୍ନିରେ ଝାସ ଦିଏ।

ମୁଁ ସେଇ ବୃକ୍ଷ

ଯିଏ ବସନ୍ତରେ ପତ୍ର କଅଁଳାଏ ତୁମ ପାଇଁ,

ଶୀତରେ ଝଡ଼ିଯାଏ ତୁମ ପାଇଁ,

ବର୍ଷାରେ ଓଦା ହୁଏ ତୁମ ପାଇଁ,

ଆଉ ଗ୍ରୀଷ୍ମରେ ଜଳିଯାଏ ତୁମ ପାଇଁ।

ମୁଁ ସେଇ ପ୍ରେମ ବୃକ୍ଷ,

ଯାହାର ଲଲାଟରେ କୁରାଢ଼ୀର ଶବ୍ଦ ଥାଏ,

ଯିଏ ହଣା ଖାଏ ନିଜ ଲୋକଠୁ,

ଜୀବନର ସବୁ ମୁହୂର୍ତ୍ତ ଯାହାପାଇଁ ବଞ୍ଚିଯାଏ,

ଶେଷେ ସିଏ କଷ୍ଟ ଦିଏ ମୃତ୍ୟୁଠୁ।

ଲେଖନୀ- ଜ୍ଞାନ ରଞ୍ଜନ କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational