ମନେ ହୁଏ
ମନେ ହୁଏ
ଅନେକ ସୁପ୍ତ ସମୁଦ୍ରରେ ଛୋଟ ଛୋଟ ଢେ଼ଉ ଦେଖି 'ମନେ ହୁଏ',ଉନ୍ମାଦନା ଏଠି ଭି ଅଛି ।
ମୁଣ୍ଡ ଟେକିଥିବା ପର୍ବତ ଉପରେ ଥିବା ପଥରକୁ ଭେଦି ଅଙ୍କୁରୋଦ୍-ଗମ ପରେ ଠିଆ ହେଇଥିବା ବିଶାଳ ଦ୍ରୁମକୁ ଦେଖି 'ମନେ ହୁଏ',ଇଚ୍ଛା ଏଠି ଭି ଅଛି ।
ବାରମ୍ବାର ବଙ୍କିଯାଉଥିବା ରାସ୍ତା; ଶେଷରେ କୋଉଠି ନା କୋଉଠି ପହଞ୍ଚେଇଦିଏ,'ମନେ ହୁଏ' ଲକ୍ଷ୍ୟ ଏଠି ଭି ଅଛି।
ରାସ୍ତା କଡେ଼-ବିଲ ମଝିରେ ଛୋଟ ଛୋଟ କୁଡ଼ିଆକୁ ଦେଖି 'ମନେ ହୁଏ',ଆଶା ଏଠି ଭି ଅଛି।
କେବେ ବାଦଲରେ ଘୋଡେଇ ହେଇଯାଏ,କେବେ ପୁଣି ଚିତ୍କାର କରି ନିଜର ରୂପକୁ ପ୍ରକାଶ କରେ ସେ,ସୁର୍ଯ୍ୟ କୁ ଦେଖି 'ମନେ ହୁଏ' ଉତ୍କଣ୍ଠା ଏଠି ଭି ଅଛି।
କେବେ ଆଖି ଭରା ସବୁଜ ରଙ୍ଗ କେବେ ପୁଣି ଗାଢ଼ କଳା ଅନ୍ଧାର,ଛାଇ ଆଲୁଅ ର ଖେଳ ଦେଖି 'ମନେ ହୁଏ' ପରିବର୍ତ୍ତନ ଏଠି ଭି ଅଛି।
କେବେ ଆକାଶରେ ବିଜୁଳିର ଆଲୁଅ ପର୍ବ,ଆଉ ପୁଣି ଘର ଭିତରେ ବିଜୁଳିବତୀର ଚମକ,ମନେ ହୁଏ ସମ୍ଭାବନା ଏଠି ଭି ଅଛି।
(ଏଇ ରୂପାନ୍ତରିତ ପ୍ରକୃତିକୁ ପରିଲକ୍ଷିତ କଲେ ଜଣାଯାଏ,ଏଠି ଆଦ୍ର ଆଉ ଶୁଷ୍କ ମନଟିଏ ଅଛି, ଯିଏ ଜାଣିପାରେ ସବୁକିଛି । ଶେଷରେ ସେ ମିଶେଇ ଦିଏ ଜୀବନରେ ପ୍ରେରଣା ଆଉ ପାଇଯାଏ ସଫଳତା । ଯାହା ତାର ଇଚ୍ଛା ଆଉ ସମ୍ଭାବନା ଭିତରେ ପ୍ରତିଫଳିତ ହୁଏ ଜୀବନର ଲକ୍ଷ୍ୟକୁ ବାରମ୍ବାର ଅତିକ୍ରମ କରିବା ପାଇଁ।।)
ଲେଖନୀ-ଜ୍ଞାନ ରଞ୍ଜନ କର
