STORYMIRROR

Sasmita Choudhury

Romance

3  

Sasmita Choudhury

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
270


ଭୁଲି ମୁଁ ପାରୁନି 

ପ୍ରଥମ ପ୍ରେମର

ରୋମାଞ୍ଚିତ ଅନୁଭୂତି, 

ଆଖି ପଲକରେ 

ସ୍ମୃତି ବିଜଡିତ

ଅତୀତର ମଧୁଗୀତି ।


ହୃଦୟ ବୀଣାର 

ପ୍ରତିଟି ତନ୍ତ୍ରିରେ 

ଅନୁରଣିତ ଯେ ତୁମେ, 

ଅଜଣା ପୁଲକେ 

ଶିହରି ଉଠେ ମୁଁ 

ଚେତନା ବା ଜାଗରଣେ।


ତୁମ ସେଇ ଆଖି 

ପ୍ରୀତିର ପ୍ରଥମ

ପୀୟୁଷ ଚାହାଣି ଭରା,

ଚାରି ଚକ୍ଷୁ ଯେବେ 

ହୁଅଇ ମିଳନ 

ହୁଏ ମୁଁ ଆତ୍ମହରା ।


ତୁମ ଦୁଇ ଆଖି 

ଅବୁଝା କବିତା 

ଦୁର୍ବୋଧ୍ଯ ପାଣ୍ଡୁଲିପି, 

ନୀରବ ନୀଳିମା-

ଭରା ତା' ଇସାରା 

ନା ବୁଝେ ନା ପାରେ ମାପି।


ଅବର୍ତ୍ତମାନରେ ତୁମର 

ଏ ଧରା ଲାଗେ_

ମୋତେ ଦୁର୍ବିସହ, 

ତୁମ ଓଠେ ହସ

ପ୍ରୀତିର ତରଙ୍ଗ 

ପ୍ରାଣର ଏକାନ୍ତ ମୋହ ।


ତୁମ ହୃଦୟର

ବିଶାଳ ସାଗର 

ପ୍ରେମର ନୀଳ ଲହରୀ, 

ସେ ବିଶାଳ ବକ୍ଷେ 

ଆତ୍ମଲୀନ ମୁଁ ଯେ

କୃଶା ସ୍ରୋତସ୍ବିନୀ ସରି।


ପ୍ରଥମ ପ୍ରେମର 

ପହିଲି ପରଶେ

ଉତ୍ତଳା ମୋ ମନ ପକ୍ଷୀ, 

ଆଦ୍ଯ ଯୌବନ

କୁଆଁରୀ ସପନ 

ସ୍ମୃତିର ସବାରୀ ସାକ୍ଷୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance