STORYMIRROR

Ajita Mishra

Tragedy

3  

Ajita Mishra

Tragedy

ପ୍ରତାରଣା

ପ୍ରତାରଣା

1 min
227

ସଂଧ୍ୟାର ଚାଦରରେ

ସୂର୍ଯ୍ୟ ହଜିଗଲାପରେ

ଘନେଇ ଆସୁଛି ରାତି

ହେଲେ ନିଦ ନାହିଁ

ଆଖିର ପତାରେ

ଶୋଇବାକୁ

ଅନେକ ବାକିଅଛି

ପାଣିଟାଙ୍କି ଗଛଲତା

କିଛିତ ଦିଶୁନି

ଚାରିଆଡ଼ କୁହୁଡ଼ିଆ

ବିରହର କାକର ରେ

କିଏ ଆଜି ବରଫ୍ ହେଇ

ଦୁଃଖ ରେ କାନ୍ଦୁଛି...

ପ୍ରତାରିତ ପୁରୁଷ

ମନସ୍ତାପ ହୃଦୟରେ

ସହର ଭରୁଛି

ସିଗାରେଟ୍ ର ଧୂଆଁ ରେ

ବିଳପି ବିଳପି

ରାତିଟା ସାରୁଛି...

ଚରମ ବିଫଳତାକୁ

ରାସ୍ତାକଡ଼େ ଧୂନିଜାଳି

ଗଜଲ୍ ର ଧୁନ୍ ରେ

ନିଆଁ ପୁହାଉଁଛି

ପ୍ରତାରଣାରେ

ଗୁମ୍ ମାରି

ରାତିଟା କାନ୍ଦୁଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy