ପ୍ରତାରଣା ଯେବେ ସେ ଦେଇଗଲା -ରୀତା
ପ୍ରତାରଣା ଯେବେ ସେ ଦେଇଗଲା -ରୀତା
ଏକା ଏକା ହସୁଥିଲି
ଜୀବନର ପ୍ରତ୍ୟେକ ରଙ୍ଗକୁ ଭଲପାଉଥିଲି
ହେଲେ ଯେବେ ସେ ଆସିଲା ଚୋରି ଚୋରି ସେ
ମୋ ସ୍ୱପ୍ନ ନାୟିକା ସେ ମୋ ପ୍ରେମିକା ସେ
ଯେବେ ମୋ ଜୀବନେ ଆସିଲା ମୋର ସବୁ କିଛି ବଦଳିଗଲା
ପ୍ରେମ ରଙ୍ଗରେ ଉଡ଼ିବୁଲିଲୁ
ଆକାଶ ରେ ରଙ୍ଗୀନ ବାଦଲ ହେଇ ଭାସିବୁଲୁଥିଲୁ
ଦୁହେଁ ଦୁହିଁଙ୍କ ବିନା ଦିନେ ଚଳିପାରୁନଥିଲୁ
ହେଲେ ସେ କେମିତି ଦେଲା ପ୍ରତାରଣା ଛୁରି ମାରିଲା
ମୋ ପିଠିରେ
ମୋ ମନ ତ ମାନୁନି
ହେଲେ ମୋ ଆକାଶର ଚାନ୍ଦ
ଆଜି ଆଉ କାହା ଅଗଣାରେ
ତା ବିନା ଜୀବନ ସ୍ୱାଦହୀନ ତରକାରୀ ପରି
ତଥାପି ସେଇ ଜୀବନକୁ କାଟିଚାଲିଛି ଟାଣି ଘୋଷlଡି
