STORYMIRROR

Dr.Priyadarshee Praharaj

Tragedy Action Crime

3  

Dr.Priyadarshee Praharaj

Tragedy Action Crime

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
470

ଶିଖେଇ ଦେଇଛି ବୋଉ

ବଡ଼ ପାଟି ନ କରିବାକୁ,

କାହାରି ମୁହେଁ ଜବାବ ନ ଦେବାକୁ।

କାହିଁକି ବୋଲି ପଚାରିନି କେବେ

କାଳେ ବାଧି ଯିବ ମୋ ବୋଉ ମନକୁ।


ଆଦରି କହି ଦେଇଛି ବୋଉ

ଉଚ୍ଚ ସ୍ୱରେ ନ ହସିବାକୁ

ମନର କଷ୍ଟ ମନରେ ରଖିବାକୁ।

କାହିଁକି ବୋଲି ପଚାରିନି କେବେ

କାଳେ ସନ୍ଦେହ ଆସିବ ମୋ ବୋଉ ମନକୁ।


ବୁଝେଇ ଦେଇଛି ଗୋପନରେ ବୋଉ

ରଜଃସ୍ରାବ କାଳେ ମନ୍ଦିର ନ ଯିବାକୁ

କୁଙ୍କୁମ, ଅଳତା ନ ନାଇ ବାକୁ।

କାହିଁକି ବୋଲି ପଚାରିନି କେବେ

କାଳେ ରାଗ ଆସି ଯିବ ମୋ ବୋଉ ମନକୁ।


ଆକଟେ କହିଛି ଟାଣରେ ବୋଉ

ପାଠ ସଙ୍ଗେ ଘର ବଜାୟ ରଖିବାକୁ

ଦୁଃଖେ ରହି ସୁଖ ବାଣ୍ଟି ଦେବାକୁ।

କାହିଁକି ବୋଲି ପଚାରିନି କେବେ

କାଳେ ତଡ଼ି ଦେବ ମୋ ବୋଉ ପଦାକୁ।


କିନ୍ତୁ କାହିଁକି ବୋଲି ପଚାରିବାକୁ ଇଚ୍ଛା ଏବେ ମୋହର।

ବନ୍ଧ ବାଡ଼ ନାହିଁ ଏବେ ମୋ ବୋଉ ସ୍ନେହର

ଡରେଇବା ଲାଗି ଆଇନ କାହାରିକୁ ଆଉ ଦେଇନି ସ୍ଵୀକୃତି

ଦୁହିତା ପାଠ ସବୁ ମିଥ୍ୟା ନୀତି।

ତେଣୁ ତ କିଛି ମାନିବା ଅପେକ୍ଷା, ପ୍ରଶ୍ନ ଓ ଯୁକ୍ତି ଅଜସ୍ର ମୋହର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy