STORYMIRROR

Bhakta Malla

Romance

2  

Bhakta Malla

Romance

ପ୍ରଣୟ ପ୍ରୟାଣ

ପ୍ରଣୟ ପ୍ରୟାଣ

1 min
13.5K



ଜୀବନ ମୋ ଶ୍ୟାମ ବର୍ଣ୍ଣ

ପ୍ରେମସିକ୍ତା ଶ୍ରୀରାଧାର

ଅସଂପୂର୍ଣ୍ଣ ଅଳୀକ କାମନା,

ପ୍ରଣୟର ରୁଦ୍ରସୁଧା

ପ୍ରୀତିଚ୍ଛ୍ବାସ ନିଃଶବ୍ଦ ଚେତନା ।

କୋଟି ଜନ୍ମ ତପସ୍ୟାର

ପ୍ରାରବ୍ଧର ପୂଣ୍ୟ ଫଳ

ପୂଣ୍ୟ ତୋୟା ଜୀବନ ପାବନୀ ,

ଶ୍ୟାମ ରଙ୍ଗେ ରଙ୍ଗାୟିତ

ଅପୂର୍ବ ତା' ପ୍ରତିଟି ମୂହୁର୍ତ୍ତ

ଶରଧାର ଶୁଦ୍ଧ ସାୟଂତନୀ ।


ଜୀବନ ସେ ସୈକତରେ

ଶ୍ଳେଷହୀନ ମରୁର ଝରଣା

ନିର୍ବିକାର ନିର୍ଲିପ୍ତ ପିପାସା,

ଶୂନ୍ୟ ନୁହେଁ, ପରିପୂର୍ଣ୍ଣ ପ୍ରୀତିପର୍ଣ୍ଣା

ଅପ୍ରମେୟ ବିମୁଗ୍ଧ ଚୈତନ୍ଯ

ଶେଷହୀନ ଅନନ୍ତ ଜୀଗିଷା ।

ପ୍ରମୁଦିତ ପ୍ରୟାସର ପ୍ରମତ୍ତ ଜୀବନ

ପ୍ରମୋଦରେ ସୁଖର ଅନ୍ବେଷା

ପ୍ରମଦାର ନିଭୃତ କାନନ,

ପ୍ରେମ କି'ବା ପ୍ରବୃତ୍ତିର

ଅନାବୃତ ନିବୃତ୍ତିର ମାର୍ଗ

ଜୀବନ କି' ପ୍ରଣୟର

ପ୍ରଲମ୍ବିତ ନିଷିକ୍ତ ପ୍ରୟାଣ !!!



ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance