STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

1.0  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ପ୍ରଣାମ

ପ୍ରଣାମ

1 min
12.9K


ଡା. ଗୋଦାବରୀଶ ଦାଶ


ପ୍ରଣାମ, ରୂପ ଅନେକ ତାର

ପରିସ୍ଥିତିର ନିୟତା ଭିତରେ

ଢଙ୍ଗ ବି ଅଲଗା

କିଏ କହେ ପ୍ରଣାମ, ନମସ୍କାର

ମୁଣ୍ଡିଆ, ଦଣ୍ଡବତ,

ତ କିଏ କରେ ସାଷ୍ଟାଙ୍ଗ ପ୍ରଣାମ

ନିଜକୁ ସମର୍ପଣର ଭାବନା ନେଇ l

ଦେଶ,କାଳ, ପାତ୍ର ଭେଦରେ

ରୂପ ତା’ ଅନେକ, ଭଙ୍ଗି ତା ବିଭିନ୍ନ

ଉଦ୍ଦେଶ୍ୟ କିନ୍ତୁ ଏକ

ନିଜର ସବୁ କିଛି ଅନ୍ୟକୁ ସମର୍ପି ଦେବା ଭାବ

ଅନ୍ୟର କରିନେବା ପରିକଳ୍ପନା

ସବୁଥି ଜୀବନ ଅନୁଭବ କରି,

ସମୟର ଆହ୍ଵାନରେ, ନିଜ ଜୀବନକୁ ପରିଚୟ ଦେବା l

ପ୍ରଣାମ ଢାଲିଦିଏ କେଉଁଠି

ଆନନ୍ଦର ଉଚ୍ଛ୍ଵାସ

ତ, କେବେ ଭରିଦିଏ ଆଖିତଳେ ଲୁହ

ହୃଦୟରୁ ଟାଣି ଆଣି

ପ୍ରେମର ଗଦ୍ ଗଦ୍ ଭାବ,

ପ୍ରେମ ଓ ଭକ୍ତିର ଚରମ ନିଦର୍ଶନ

ଅନ୍ୟକୁ ନିଜର କରିବା ମାଧ୍ୟମ l

ଭଲ ପାଇବାର ପ୍ରତୀକ, ଯୋଡହସ୍ତ, ସାଥେ,

ପାଟିରେ ନିର୍ଗତ ହୋଇଯାଏ ସ୍ଵତଃ

ଶବ୍ଦର ନୈବେଦ୍ୟ ‘ ପ୍ରଣାମ’

ସୃଷ୍ଟି କରିଦିଏ ବଦାନ୍ୟତାର

ଏକ ସ୍ୱତନ୍ତ୍ର ପରିଚୟ

ବାଣ୍ଟି ଚାଲେ ଜୀବନରେ ମହାପ୍ରସାଦ

ପଛକୁ ଫିଙ୍ଗିଦେଇ ସମସ୍ତ ମତଭେଦ

ବାନ୍ଧି ହୋଇଯାଏ, ବନ୍ଧୁତା ସୂତ୍ରରେ l


Rate this content
Log in

Similar oriya poem from Classics