ପ୍ରଣାମ ପ୍ରଣବ
ପ୍ରଣାମ ପ୍ରଣବ
ହେ ଚିର ନମସ୍ୟ ମହାନ ପୁରୁଷ
କୀର୍ତ୍ତିରାଜି ତଵ ଘୋଷେ ଆଜି ବିଶ୍ୱ
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ହେ ପ୍ରଣବ ତୁମେ ଅତୀବ ମହାନ ।।
ପଶ୍ଚିମବଙ୍ଗର ବୀର ଭୂମିଜିଲ୍ଲା
ତୁମ ପରି ପୁତ୍ର ଦିନେ ପାଇଥିଲା
ମିରତି ଗାଁର ପୂଣ୍ୟମୟ ମାଟି
ବିଶ୍ୱରେ ପ୍ରସିଦ୍ଧ ତୁମରି ପାଇଁଟି ।।
ପିତା କାମବାଙ୍କ ତପସ୍ୟାର ବଳେ
ମାତା ରାଜଲଷ୍ମୀ ଓଷାବ୍ରତ ଫଳେ
ସାମାନ୍ୟ ସଦସ୍ୟ କଂଗ୍ରେସର ହେଲ
ରାଷ୍ଟ୍ରପତି ପଦ ମଣ୍ଡନ କରିଲ ।।
ଦେଶସେବା ବ୍ରତ ଜୀବନେ ଧାରଣ
କରିଥିଲ ପରା ତୁମେ ଆଜୀବନ
ଭୁଲି କି ପାରିବୁ ତୁମରି ସେ ସେବା
ସେ ସେବାର କିବା ଆମେ ମୂଲ୍ୟ ଦେବା ।।
ପରିବାର ପାଇଁ ନଥିଲା ସମୟ
ଦେଶର ଉନ୍ନତି ଥିଲା ଏକାଲୟ
ଦୁଇ ପୁତ୍ର ଏକ ଦୁହିତା ତୁମରି
ରୋଦନ କରନ୍ତି ତୁମ କଥା ସ୍ମରି ।।
ପଦ୍ମଵିଭୂଷଣ ,ଭାରତରତନ
ଥିଲ ଭାରତର ଅମୁଲ୍ୟ ଚନ୍ଦନ
ଚଉରାଶି ବର୍ଷ ରହି ଧରା ପରେ
ଚାଲିଗଲ କେଉଁ ଅଜଣା ରାଜ୍ୟରେ ।।
କୋଟି କୋଟି ଭାରତୀୟଙ୍କ ନୟନୁ
ବହି ଯାଏ ଅଶ୍ରୁ ତୁମରି ନିଧନୁ
ଅମର ଆତ୍ମାର ସଦଗତି ପାଇଁ
ଦିଏ ଶ୍ରଦ୍ଧାଞ୍ଜଳି ପାଦପଦ୍ମେ ଧାୟୀ ।।
