STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ପ୍ରମାଣିତ

ପ୍ରମାଣିତ

1 min
213

ଏକଥା ପ୍ରମାଣ ଶାନ୍ତିଠାରୁ ଆଉ କିଛି ବଡ଼ତପ ନାହିଁ,

ସନ୍ତୋଷଠାରୁ ଆଉ ବଡ଼ସୁଖ ସଂସାର ଭିତରେ ନାହିଁ |


ତୃଷ୍ଣାଠାରୁ ବଡ଼ରୋଗ ଏ’ମନକୁ ଆଉ କିଛିରୋଗ ନାହିଁ,

ଦୟାଠାରୁ ବଡ଼ଧର୍ମ ଆଚରଣ ତିର୍ଥରେ ବି ମିଳେନାହିଁ |

 

ଗତକାଲି କାମ ଶ୍ରୁତି ହୋଇଯାଏ ସୁଖକର ଭାବିବାକୁ,

ଆସନ୍ତା କାଲିଟି କେମିତି କଟିବ କଳ୍ପନା କରିବାକୁ |


ଆଜିର ଦିନଟି ଭଲକାମ ପାଇଁ ଈଶ୍ଵରଙ୍କ ଉପହାର,

କେତେବେଳେ କେଉଁକାମ କରିନେବା ତାଲିକା ପ୍ରସ୍ତୁତ କର |


ନିଜଦୋଷ ପାଇଁ କ୍ଷମା ମାଗେ ଯିଏ ପ୍ରକୃତ ସାହସୀ ସିଏ,

ସବୁଠାରୁ ଶକ୍ତିଶାଳୀ ମଣିଷ ସେ କ୍ଷମା ଦେଉଥାଏ ଯିଏ |


ସକଳ ପ୍ରଶ୍ନର ଉତ୍ତର ପ୍ରଦାନ କରିବା ଜରୁରୀ ନୁହେଁ,

କେତେକ କ୍ଷେତ୍ରରେ ନୀରବ ରହିବା ସ୍ଥିତି ପରିସ୍ଥିତି ଚାହେଁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children