STORYMIRROR

Kumar Mrutyunjay

Romance Tragedy

3  

Kumar Mrutyunjay

Romance Tragedy

ପ୍ରଳାପ

ପ୍ରଳାପ

1 min
322

କେମିତି କହିବି କାହାକୁ କହିବି 

ଗହନ ମନ ର କଥା 

କିଏବା ବୁଝିବ କିଏବା ଜାଣିବ

ଅନ୍ତର ତଳ ର ବ୍ୟଥା 

ହୃଦ ଆସନ ରେ ଯାହାକୁ ସ୍ଥାପିଲି 

କରିଦେଲା ସିଏ ପର 

ମନ କନ୍ଦର ର ରାଜବାଟି ଆଜି 

ଭାଙ୍ଗିରୁଜି ଛାରଖାର 

ଶୂନ୍ୟ ଶୂନ୍ୟ ସବୁ ଶୂନ୍ୟ ଅନ୍ଧକାରେ 

କିଏ ପର କିଏ ଆପଣା 

ପ୍ରିୟା ତୁମ ବିନା ଏ ଭଵ ସଂସାରେ 

ଚିହ୍ନା ବି ଲାଗେ ଅଚିହ୍ନା 

ବିରହ ବେଦନା ସହି ହେଉନାହିଁ 

କହି ହେଉନାହିଁ ଦୁଃଖ 

ଅଜାଗା ଘା କୁ କେମିତି ଭରିବି 

ସାଜିଛି ଆଜି ମୁଁ ମୁକ

ପାଗଳ ପ୍ରେମୀ ମୁଁ ପାଗଳ ମୋ ପ୍ରେମ

ବଦ୍ଧ କୋଠରୀ ଡେଇଁ 

କବିତା ମାଧ୍ୟମେ ବିଚ୍ଛେଦ ଜ୍ୱାଳା କୁ 

ଅନାୟାସେ ଦେଲି କହି. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance