STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ପ୍ରକୃତି

ପ୍ରକୃତି

1 min
316


ପ୍ରକୃତି ଧରିତ୍ରୀ              ପରିବେଶ ଆମ

          ପାହାଡ଼ ଜଙ୍ଗଲ ଭୂଇଁ

ହ୍ରଦ ନଦୀ ନାଳ             ଝରଣା ସମୁଦ୍ର

          ବୃକ୍ଷ ଲତା ମାଳଭୂମି ll


ବାୟୁ ଜଳ ସ୍ଥଳ            ଜୀବମଣ୍ଡଳ ତ

         ମନ୍ଦିର ମଶାଣି ମାନ

ନାନା ଅନୁଷ୍ଠାନ            ମଣିଷ ନିର୍ମିତ

         ପ୍ରକୃତିର ମହାଦାନ ll


ପ୍ରକୃତିର ସବୁ            ଅଦ୍ଭୁତ ଲୀଳା ତ

        ଭାବିଲେ ବିସ୍ମୟ ଲାଗେ

ଆକାଶେ ବାଦଲ          ଭାଷଇ ଉଚ୍ଚରେ

         କୋଟିଏ ତାରକା ମେଳେ ll


ସମୁଦ୍ରେ ତରଙ୍ଗ           ମରୁ ବାଲିଝଡ଼

         ବର୍ଷାରେ ମୟୁର ନାଚ

ଦେଖିଲେ ଆନନ୍ଦ          ବରଫ ପାହାଡ଼

          ପ୍ରକୃତିର ମହାମଞ୍ଚ ll


ଜୀବଜନ୍ତୁ ପାଇଁ          ଖାଦ୍ୟର ଭଣ୍ଡାର

        ସାଇତିଛି ଫୁଲ ଫଳ

ରହିବା ବଢିବା           ବୃଦ୍ଧିଯେ ବଂଶର

        ପ୍ରକୃତିର ସବୁଖେଳ ll


କଳ କଳ ନାଦେ          ଝରଣା ଜଳ ତ

        ପର୍ବତ ଉପରୁ ଝରେ

ଜଳ ପାଇଁ ନର           ଭୂତଳ ଖୋଳେତ

         ଜଳ ପାଇଁ ନର ଝୁରେ ll


ମଣିଷ ସ୍ୱାର୍ଥରେ           ପ୍ରକୃତି ଶୃଙ୍ଖଳ

         କରି ବସେ ଛାରଖାର

ଜଙ୍ଗଲ ହଟାଇ           ଶିଳ୍ପଯେ କରଇ

        କରେ ସେ ଜୀବ ସଂହାର ll


ପାଞ୍ଚ ମନ ନର           ପଚିଶି ପ୍ରକୃତି

       କାମ ଲୋଭ ମାୟା ମୋହ

ସ୍ୱାର୍ଥରେ ଜଡିତ          ମଣିଷର ମତି

       ପ୍ରକୃତି ରାଣୀର କୋହ ll


ସମୟ କ୍ରମରେ          ହଜିତ ଗଲେଣି

         ପ୍ରକୃତିର ସୁନ୍ଦରତା

ବନଭୂମି ଏବେ           ଶ୍ମଶାନ ହେଲାଣି

        ହରାଇ ତା ବୃକ୍ଷଲତା ll


ସୌନ୍ଦର୍ଯ୍ୟ ମଣ୍ଡିତ          ପୃଥିଵୀ ବ୍ୟଥିତ

         କରେ ସେ ଆତ୍ମ ଚିତ୍କାର

ବକ୍ଷ ତା ଫଟାଇ          ଲୋଭରେ ମଣିଷ

        ଗଢେ ନାନା ଘରଦ୍ୱାର ll


ଧରିତ୍ରୀ ପ୍ରକୃତି           ସଦା କ୍ଷମାଶୀଳ

        ସର୍ବସ୍ୱଂହା ପ୍ରାଣଦାତ୍ରୀ

ମଣିଷ ପ୍ରକୃତି            ଅଟେ କାମାଶୀଳ

       ଅଂହକାରୀ ପ୍ରଣାଘାତୀ ll


ବେଳେ ବେଳେ କ୍ରୋଧେ       ପ୍ରକୃତି ରାଣୀଟି

          କରି ବସେ ନାନା କ୍ଷତି

ବନ୍ୟା ଓ ସୁନାମି           ବାତ୍ୟା ଓ ମରୁଡି

          ଭୂମିକମ୍ପ ର ବିପତ୍ତି ll


କରୋନା ନେଉଛି           ମଣିଷ ଜୀବନ

         ହାହାକାର ପୃଥିବୀରେ

ପ୍ରକୃତି ସୂଚାଏ             ସଂସାରେ ମାନବ

          ସଚେତନ ହୁଅ ବାରେ ll


ପ୍ରକୃତି ନିୟମ             ମାନିଲେ ମାନବ

        ଆନନ୍ଦେ ବଞ୍ଚି ପାରିବ

ପ୍ରକୃତି ବିନାଶେ            ପୃଥିବୀ ପୃଷ୍ଠରୁ

       ସଭ୍ୟତା ଲୋପ ହୋଇବ ll



Rate this content
Log in

Similar oriya poem from Inspirational