ଅନେକ ଦିନରୁ ଅବା ଏବେ କେଵେ
ସମ୍ପର୍କ ଯାଇଛି ଯା ସଙ୍ଗେ କଟି
ଭାବେ ଏବେ ସେମାନଙ୍କୁ ବାନ୍ଧି ରଖି
କଟିକୁ କହିବି ଯା ତୁ ଫିଟି
ଅଢେଇ ଦିନ ଜୀଵନ ପଥରେ ଆସିଥିବା
ବନ୍ଧୁ ଓ ବାନ୍ଧବୀ ସାତରଙ୍ଗ ଛାଟି
ସେ ରଙ୍ଗେ ଅନେକ ବାର୍ତ୍ତା ତଥା ସନ୍ଦେଶ
ପିଢ଼ି ପରେ ପିଢ଼ି ପଢି ଗଢିବେ ଭାଟି
ସକାଳ କଅଁଳ ସୂର୍ଯ୍ୟଙ୍କ ପାଖରୁ କେତେ
ଶିକ୍ଷା ମିଳି ପ୍ରତ୍ୟେହ ଭେଟି
ରାତ୍ରିର ଚନ୍ଦ୍ରମା କେତେଯେ ଉପମା ତାଙ୍କଠି
ଲେଖି ରଖିବି ଗୋଟି ଗୋଟି
ସୂର୍ଯ୍ୟ ରହିଥାନ୍ତି ବଉଦ ମେଘ ବିଜୁଳି ଭିତରେ
ନିଜ ଗୁଣ ଧର୍ମରେ ନିଜେ ଉକୁଟି
ଚାନ୍ଦିନୀ ସେମିତି ତାରା ମେଳେ ରହି
ଚାହୁଁଆନ୍ତି ମିଟିମିଟି ଅନ୍ଧାରକୁ କରି ପିଠି
ଅମାବାସ୍ୟାରେ ଅନ୍ଧାର ଭିତରେ ଚାନ୍ଦ ମୁଁହଁ
ଚାନ୍ଦର ଦିଶେ ଗୋଟି ଲୋଟି
ନଦିଶିଲେ ମଧ୍ୟ ଥାନ୍ତି ସାଥିମେଳେ ଲେପଟି
ସୂର୍ଯ୍ୟ ମଧ୍ୟ ମେଘ କୋଳେ ମାଆ ଭାବି ଢ଼ଳେ
ରାତି ନପାହୁଣୁ ପୂର୍ଦିଗରୁ ଉଠି
ଭଲ ନଲାଗିଲେ ପର କି ନିଜରଙ୍କ କଥା
ଦେଖାଇ ଦେଇ ନିଜ ପିଠି
ଶିଉଳିରେ ଘଷି ପାଦ ଗୋଇଠି
ସମ୍ପର୍କ ଡୋରକୁ ମଜଭୂତ କରି ବାଟ
ଚାଲିବାକୁ ହେବ ଏଠି ସେଠି ସବୁଠି
ସଭିଏଁ ଇଶ୍ୱରଙ୍କ ସୃଷ୍ଟି ମଣିଷ ପଶୁ ପକ୍ଷୀ
ମିଶିବେ ଦିନେ କୋଳେ ମାଆମାଟି
ସେଇ ମାଟିଠୁ ଶିଖିବା ଆପଣେଇବା କଳା
ମିତ୍ର ଅବା ଶତୃ ଭାବି ପୁତ୍ର କନ୍ୟା ଗୋଟି
ଶିଖାଏ ଆକାଶ ପାତାଳ ଧରଣୀମାଆ
କହି ମିଶି ଖାଅ ଖୁଣ୍ଟି ପଡନା ଝୁଣ୍ଟି
କିଏ କେତେଦିନର କୁଣିଆ କହୁନ ଏଠି
ଗଛ ନିଶ୍ୱାସ ପାଣି ବିଶ୍ୱାସ ପକ୍ଷୀ ଉଶ୍ୱାସ
ସବୁ ଅଛି ଖୋଜ ଏଇଠି କୋଉଠି