ପ୍ରକୃତି ପ୍ରେମୀଙ୍କ ଡାକ
ପ୍ରକୃତି ପ୍ରେମୀଙ୍କ ଡାକ
ଆହେ ମାନନୀୟ ରାଜ୍ୟ ସରକାର
ମୁଣ୍ଡେ କି ଅଛି ଗୋବର ।
ସବୁତ ଖାଇଲ ମିଛେ ଭୂତେଇଲ
ଦେଇ ଦ୍ୱାହି ବିକାଶର ।।୧
ଯାହା କଲ କଲ ଦେଶକୁ ଖାଇଲ
କେଉଁଝରେ ବି ପଶିଲ ।
କାନ୍ଥ ବାଡ଼ ଗୁଡି ପାହାଡ଼ ରୁ ହୁଡି
ସବୁ ତ ଚଲୁ କରିଲ ।।୨
ଶେଷରେ ତୁମକୁ କିଛି ମିଳିଲାନି
ବୃକ୍ଷ କୁ ନଜର କଲ ।
ଗୋଟେ ନୁହେଁ ସେତ ନୁହେଁ ଏକ ଶତ
ନଅ ଲକ୍ଷେ ଆଖି ଦେଲ ।।୩
ନଅ ଲକ୍ଷ ନୁହେଁ ସେତ ଛୋଟ କଥା
ବିକାଶ କହି କାଟିବ ।
ନିରୀହ ଯେ ଜନ୍ତୁ ଯେତେ ଛନ୍ତି ଜୀବ
ତାଙ୍କ କଥା ଟିକେ ଭାବ ।।୪
ବିକାଶ ଯେ କହି ଚିନ ଦେଲା ବାହି
କରୋନା ଭୁତାଣୁ ଭାଇ ।
ଧୋଉଛୁ ଯେ ଅଖା ହେଉ ନାହିଁ ସଫା
ସରୁନି ଯେ ଗୁଣ ଗାଇ ।
।୫
ଭାବୁଛି ନିଶ୍ଚିତ ଆସିବ ଯେ ସତ
କରୋନା ର ଯେ ଭଉଣୀ ।
କେଉଁଝରେ ପୁଣି ତାଣ୍ଡବ ରଚିବ
ଭଗିନୀ ତାର କରୁଣୀ ।।୬
କି ଲାଭ ହୋଇବ ସବୁଜିମା ଜୀବ
ପ୍ରକୃତି ନଙ୍ଗକା ହେବ ।
ବିକାଶ ନାମରେ ଜୀବ ହତ୍ୟା କରି
କି ଲାଭ ତୁମେ ପାଇବ ।।୭
ନିବେଦନ ମୋର ଆହେ ସରକାର
ବିକାଶ ଯେ ତୁମେ କର ।
ବିକାଶ ନାମରେ ପ୍ରକୃତି ପ୍ରେମୀଙ୍କ
ହୃଦୟକୁ ନ ବିଦାର ।।୮
ତେବେ ଯାଇ ଦେଶ ବିକାଶ ହୋଇବ
ରାଜା ହେଲେ ନ୍ୟାୟାଧିଷ ।
ସମାନତା ଦେବେ ନିରପେକ୍ଷ ଭାବେ
ସେ ବୃକ୍ଷ ପଶୁ ମଣିଷ ।।୯
ଆହେ ସରକାର ନୁହେଁ ଯେ ସରଳ
ହେବା ଭଲ ସରକାର ।
ଦିଅ ସମାନତା ଆହେ ନ୍ୟାୟ ଦାତା
ଏତିକି ଗୁହାରି ମୋର ।।୧୦