STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ପ୍ରକୃତି ଗୀତ ,,,,,,,,,,,,,,,,,

ପ୍ରକୃତି ଗୀତ ,,,,,,,,,,,,,,,,,

1 min
152


ଚଦ୍ରମଲ୍ଲୀ ହସୁଥିଲା କଇଁ ଓଠେ 

କୃଷ୍ଣଚୂଡ଼ା ଫୁଟିଥିଲା ତାରା ଫୁଲ ଗୋଠେ 

ନୀଳକଇଁ ଖୋଜୁଥିଲା ନୀଳ ରଙ୍ଗ କାହାପାଇଁ 

ଚାନ୍ଦିନୀ ରାତିରେ ରୂପା ଚନ୍ଦ୍ର ଆସିବଇଁ 

ଜାଣି ସେ ମଉନମୁହିଁ ଝୁରେ ବୋଧେ ଜହ୍ନ ପାଇଁ 

ଶୀତ ନିଆଁରେ ଏତେ କିମିଆଁ ଦେହରେ ଚିଆଁ 

ଗଡିଆ ପୋଖରୀ ଚୁଆ ସବୁଠି ଜହ୍ନର ଛୁଆଁ 

ଶିଶିର ଟୋପା ନାଇ ଘାସଫୁଲ ହୁଏ ଫୁଲେଇ 

ସରମୀ କଇଁ କହେ ତାର ଯାଏ ଆସେ ନାହିଁ 

ମିଛେଇ ବୋଲି କହି ହେମନ୍ତ ନାଚୁଛି ତାଥେଇ ଥେଇ 

ଦେଖିଲେ ଜହ୍ନକୁ କଇଁ ଲାଜରେ ସରମୀ ଯାଇ 

କହେ ତୁଷ୍ଟ ହୋଇ ଦୁଷ୍ଟ ହୁଅନା ମୋ ପାଇଁ 

କଳାଶଶୀ କଳାପକ୍ଷୀ ହୋଇ ଜଗା ପା ଜାଗା ନେଇ 

ପୁରୀ ବଡମନ୍ଦିରେ ଯାଇ ଭକ୍ତ ଭାବ ପରଖଇ 

ଚାନ୍ଦ କହେ ତୁ ମୋର ପ୍ରେମ ପାଇଁ 

ଶୀତରେ ବାଉଳା ହୋଇ ନୀଳକଇଁ 

ତୋ ନାମେ ନାଗରା ବାଜେ ରହି ରହି 

ହାତଠାରି ଡାକେ କୃଷ୍ଣଚୂଡ଼ା ଚନ୍ଦ୍ରମଲ୍ଲୀ ହସେ ରହି 

ଏମିତି ପରଶ ବରଷ ବରଷ ଯାଉ ଛୁଇଁ 

ଶୀତରେ ଗଭାରେ ମଲ୍ଲୀ ଜୁଇ ଜାଇ ନାହିଁ କହି 

ନୀଳକଇଁ କହେ ନୀଳ ସରୋବରେ ଯିବ ଧାଇଁ 

ଉର୍ମିରେ ତାହାର ଜହ୍ନର ଛାଇ 

ଘଡିଏ ଦିଘଡି ଜହ୍ନକୁ ଦେଖି ପେଟ ପୁରିଯିବ କହି

ଆସିଛି ମହୋଦଧି କୂଳେ ଧାଇଁ 

ବାଲିର ଆସର ବାଲିର କଳାରୁ କିଛି ନେଇ 

ଶୀତ ସରୁ ଯିବ ଜହ୍ନ ଦେଶେ ଚାନ୍ଦମୁହିଁ 

ଜହ୍ନ ତୋଳିଛି ନଅର ବାହାର ଦେଖି ଆସିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action