ପ୍ରକୃତି ଗୀତ ,,,,,,,,,,,,,,,,,
ପ୍ରକୃତି ଗୀତ ,,,,,,,,,,,,,,,,,
ଚଦ୍ରମଲ୍ଲୀ ହସୁଥିଲା କଇଁ ଓଠେ
କୃଷ୍ଣଚୂଡ଼ା ଫୁଟିଥିଲା ତାରା ଫୁଲ ଗୋଠେ
ନୀଳକଇଁ ଖୋଜୁଥିଲା ନୀଳ ରଙ୍ଗ କାହାପାଇଁ
ଚାନ୍ଦିନୀ ରାତିରେ ରୂପା ଚନ୍ଦ୍ର ଆସିବଇଁ
ଜାଣି ସେ ମଉନମୁହିଁ ଝୁରେ ବୋଧେ ଜହ୍ନ ପାଇଁ
ଶୀତ ନିଆଁରେ ଏତେ କିମିଆଁ ଦେହରେ ଚିଆଁ
ଗଡିଆ ପୋଖରୀ ଚୁଆ ସବୁଠି ଜହ୍ନର ଛୁଆଁ
ଶିଶିର ଟୋପା ନାଇ ଘାସଫୁଲ ହୁଏ ଫୁଲେଇ
ସରମୀ କଇଁ କହେ ତାର ଯାଏ ଆସେ ନାହିଁ
ମିଛେଇ ବୋଲି କହି ହେମନ୍ତ ନାଚୁଛି ତାଥେଇ ଥେଇ
ଦେଖିଲେ ଜହ୍ନକୁ କଇଁ ଲାଜରେ ସରମୀ ଯାଇ
କହେ ତୁଷ୍ଟ ହୋଇ ଦୁଷ୍ଟ ହୁଅନା ମୋ ପାଇଁ
କଳାଶଶୀ କଳାପକ୍ଷୀ ହୋଇ ଜଗା ପା ଜାଗା ନେଇ
ପୁରୀ ବଡମନ୍ଦିରେ ଯାଇ ଭକ୍ତ ଭାବ ପରଖଇ
ଚାନ୍ଦ କହେ ତୁ ମୋର ପ୍ରେମ ପାଇଁ
ଶୀତରେ ବାଉଳା ହୋଇ ନୀଳକଇଁ
ତୋ ନାମେ ନାଗରା ବାଜେ ରହି ରହି
ହାତଠାରି ଡାକେ କୃଷ୍ଣଚୂଡ଼ା ଚନ୍ଦ୍ରମଲ୍ଲୀ ହସେ ରହି
ଏମିତି ପରଶ ବରଷ ବରଷ ଯାଉ ଛୁଇଁ
ଶୀତରେ ଗଭାରେ ମଲ୍ଲୀ ଜୁଇ ଜାଇ ନାହିଁ କହି
ନୀଳକଇଁ କହେ ନୀଳ ସରୋବରେ ଯିବ ଧାଇଁ
ଉର୍ମିରେ ତାହାର ଜହ୍ନର ଛାଇ
ଘଡିଏ ଦିଘଡି ଜହ୍ନକୁ ଦେଖି ପେଟ ପୁରିଯିବ କହି
ଆସିଛି ମହୋଦଧି କୂଳେ ଧାଇଁ
ବାଲିର ଆସର ବାଲିର କଳାରୁ କିଛି ନେଇ
ଶୀତ ସରୁ ଯିବ ଜହ୍ନ ଦେଶେ ଚାନ୍ଦମୁହିଁ
ଜହ୍ନ ତୋଳିଛି ନଅର ବାହାର ଦେଖି ଆସିବା ପାଇଁ
