STORYMIRROR

Rajalaxmi Tripathy

Romance

3  

Rajalaxmi Tripathy

Romance

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
178

ତୁ ଏମିତି ପରମ ବନ୍ଧୁ ଟିଏ

ମୋ ଛାୟାରେ,ମାୟାରେ

ଭଲପାଉ,ବୁଝିପାରୁ ମତେ ,

ତୋତେ ଛାଡି ଆଉ କାହାକୁ ବି

ଖୋଜିବାକୁ ପଡେ ନାହିଁ ମତେ

ହେଉ ପଛେ ପଥ ଯେତେ

ଅମା ଅନ୍ଧକାର ।


ତୁ ଏତେ ଅନ୍ତରଙ୍ଗ ବନ୍ଧୁ ଟିଏ

ଉଦାର ଓ ମହତ ପଣରେ

ଯାହା ତତେ କହିବାକୁ ଚାହେଁ

ସବୁ ତୁ ଆଗରୁ ଜାଣିଛୁ ।


ତୁ ଅଛୁ ମୋ ସହ

ତୋ ପ୍ରେମର ଜୁଆରରେ

ମୁଁ ଦେଖେ ମତେ ଭାସିବାର

ସ୍ଵପ୍ନ ଦେଖେ ବିନ୍ଦୁଟିଏ ହୋଇ

ଛୁଇଁବାକୁ ତ୍ରିଭୂବନ ।


ତୋ ପ୍ରେମର ଶିଶିର ଧାରାରେ

ସିକ୍ତ ହୁଅନ୍ତି ମୋ ନିଷ୍ଫଳ ସ୍ଵପ୍ନମାନେ,

ତୁ ଏକ ଅପ୍ରମେୟ ଦାତା

ନିଜକୁ ତୁ ଦେଇପାରୁ ଅକୁଣ୍ଠରେ

ମୋର ସବୁ ବିଶୃଙ୍ଖଳା ଜାଣି ।


ତୁ ମୋର ପ୍ରିୟତମ ବନ୍ଧୁ

ଯେତେ ବ୍ୟସ୍ତତା ଓ ଭ୍ରମରେ ଥିଲେ ମୁଁ

ମୋ ମଳିନ ଦେହ ଓ ମନରେ

ଅହରହ ଖେଳାଉ ମୋ ଦୁଇ ହାତ ଧରି

ଜାଣେ,ଏହା ହିଁ ତ ଲକ୍ଷଣ

ଏକ ପ୍ରକୃତ ବନ୍ଧୁ ର ।


Rate this content
Log in

Similar oriya poem from Romance