STORYMIRROR

Sukanti Hotta

Inspirational

4  

Sukanti Hotta

Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
525

ପିତା ମାତା ଭ୍ରାତା ସ୍ଥାନ ନେଇଥାଏ

ବନ୍ଧୁ ଆମ ଜୀବନରେ

ନଥାଏ କପଟ ନଥାଏ ଛଳନା

ସାଥୀ ହୁଏ ସୁଖଦୁଃଖରେ l


ବନ୍ଧୁ ସିନା ଜାଣେ ବନ୍ଧୁର ବେଦନା

ବନ୍ଧୁ ଭରିଦିଏ ଜୀବନେ ଉପମା

ପ୍ରକୃତ ବନ୍ଧୁର ନାହିଁ ତୁଳନା

ବନ୍ଧୁ ହେବ ତ କୃଷ୍ଣ ସୁଦାମା l


ବନ୍ଧୁତ୍ୱରେ ନାହିଁ ଉଚ୍ଚନୀଚ୍ଚ ଭାବ

ମାନ ଅଭିମାନ ନଥାଏ ରାଗ

ଅବାଟରେ ଗଲେ ବାଟ ସେ ଦେଖାଏ

ଝୁଣ୍ଟି ଗଲେ ସିଏ କୋଳେଇ ନିଏl


ସାରା ଜୀବନ ସେ ସାଥୀଟିଏ ହୋଇ

ଭଲ ଉପଦେଶ ଆମକୁ ଦେଇ

ଉଚିତ ମାର୍ଗରେ ଆମକୁ ନିଏ

ଅନ୍ଧାର ରାସ୍ତାର ଦୀପଶିଖା ଟିଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational