STORYMIRROR

Liza Senapati

Abstract

3  

Liza Senapati

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
440

ଛିଡି ନ ଯାଉ କେବେ

ବନ୍ଧୁତାର ଡୋରି,

ଲିଭି ନ ଯାଉ କେବେ

ଭଲପାଇବାର ଦିପ।

ସୁଖ ବୋଲି ଯୋଉ ଦି ପଦ

ମୋ ପାଇଁ ସେତ ଅଜଣା।

ଆସିଚୁ ଯେବେଠୁ ସବୁ ଦିନ ହସୁଚି,

ତତେ ପାଇ ସତେ ,

ପାଇଚି ତୋ ପାଖେ ମୋ ଦୁନିଆ।

ସ୍ମୃତିରେ ସ୍ମୃତିରେ ପ୍ରତିବିମ୍ଭିତ 

ପ୍ରତିକ୍ଷଣ ତୋର ମୁହଁ,

ଭୁଲିକି ପାରିବି ତତେ କହ।

ତୋ ବିନା କ୍ଷଣିକ, 

 ନିରାଶର ଅନ୍ଧାର ,

ମୋ ପାଇଁ ତୁ ଆଶାର ଆଲୋକ।

ବନ୍ଧୁ ନୁହେଁ ତୁ 

ମୋ ଜୀବନ ଦିପ।

ପ୍ରକୃତ ବନ୍ଧୁଟେ ମୋ ପାଇଁ,

ତୁ କେତେ ପୂଣ୍ୟର ପ୍ରାପ୍ତି।

ବିପଦେ ଆପଦେ ତୁ,

ମୋ ପାଇଁ ଅଭୟ ବର।

ଅନ୍ତରର ଅନ୍ତଯ୍ୟାମୀ ତୁ,

ଆଖି ଦେଖି ପଢୁ ହୃଦୟର ଭାଷା।

ବିଶ୍ୱାସ ମୋ ନିଃଶ୍ୱାସଠୁ ନୁହେଁ ଦୂର,

କେତେ ଆସି କେତେ ଗଲେ,

ଛାଇ ହେଇ ଅଛୁ ସଦା ପାଖେ ମୋର।

କ୍ଷଣିକ ଦୂରତା ତୋ ଠାରୁ ମୋ ପାଇଁ ଅସହ୍ୟ,

ରହିଚୁ ରହିଥା ମୋ ପାଇଁ ହେଇ ଅମୂଲ୍ୟ


Rate this content
Log in

Similar oriya poem from Abstract