STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ପ୍ରକାଶିତ ହେଉ ସତ୍ୟ

ପ୍ରକାଶିତ ହେଉ ସତ୍ୟ

1 min
344


ଭିଭି ଲିଭି ଯାଏ ହସ , ମରି ଯାଏ ଅଭିଳାଷ

ସରି ସରି ଯାଏ ମଣିଷ ଆୟୁଷ

ସରି ସରି ଯାଏ ମଣିଷ ଆୟୁଷ

ରାତି ନାହିଁ କାହିଁ ଦେଖିବ ସପନ

ତୁଟି ଯାଉଛି ବିଶ୍ଵାସ, ଲିଭି ଲିଭି ଯାଏ ।।


ନିଶ୍ଵାସ ରେ କେତେ ବିଷ , ଭୂଧର ଦିଶେ ନିରସ

ନାଲି ନାଲି ଦିଶେ ଉତପ୍ତ ଆକାଶ

ନାଲି ନାଲି ଦିଶେ ଉତ୍ତପ୍ତ ଆକାଶ

ପ୍ରଦୁଷଣ ଧୂଆଁ କରେ ଧୁମ୍ର ବର୍ଣ୍ଣ

ଲାଗଇ କେଡେ ହତାଶ, ଲିଭି ଲିଭି ଯାଏ  ।।


ପାଣି, ପବନରେ ବିଷ , ମୋ ଖାଦ୍ୟ ପାତ୍ରରେ ବିଷ

ଦର ଦର ମରା ଜୀବନେ ମଣିଷ

ଦର ଦର ମରା ଜୀବନେ ମଣିଷ

ଅଭିନୟ ଖାଲି କରୁଛି ଜୀବନ

ଲାଗଇ ବଡ଼ ନିରାଶ, ଲିଭି ଲିଭି ଯାଏ  ।।


ସ୍ନେହରେ,ପ୍ରମରେ ବିଷ , ଅବିଶ୍ବାସ ଭରା ବିଶ୍ଵ

ବିକଟାଳ ରଡି ରଡେ ଶୁକ୍ରଶିଷ୍ୟ

ବିକଟାଳ ରଡି ରଡେ ଶୁକ୍ରଶିଷ୍ୟ

ନର ଛଟପଟ ଆହେ ବିଶ୍ଵପ୍ରାଣ

ସତ୍ୟର ହେଉ ପ୍ରକାଶ, ଲିଭି ଲିଭି ଯାଏ   ।।


ଆଉ କେତେଦିନେ ହସ , ଫୁଟି,ଫେରିବ ବିଶ୍ଵାସ

ପ୍ରଫୁଲ୍ଲ ଫୁଲ ରେ ବାଣ୍ଟିବ ସୁବାଷ

ପ୍ରଫୁଲ୍ଲ ଫୁଲ ରେ ବାଣ୍ଟିବ ସୁବାଷ

ତବ ପଦାମ୍ଵୂଜେ ଦେଲା ମନ ପ୍ରାଣ

ମୋର, କିଛି ନାହିଁ ଅଭିଳାଷ, ଲିଭି ଲିଭି ଯାଏ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational