STORYMIRROR

Sneha Mishra

Romance

3  

Sneha Mishra

Romance

ପ୍ରିୟତମା

ପ୍ରିୟତମା

1 min
166

କର୍ମ କର୍ତ୍ତବ୍ୟ ମାନବ ପ୍ରକୃତି

କାମରେ କେବେ ନ ହୁଏ ନିବୃତ୍ତି ।

ଭଲ କି ମନ୍ଦ ଯେ ଜଣା ଅଜଣା

କରିପାରିବାର ଥାଏ ପ୍ରେରଣା ।

ଠିକ୍ ଭୁଲ ବୋଲି ଦୁଇଟି ପଦ

ଠିକ୍ କରିଥିଲେ ହୋଇ ଆମୋଦ ।

କରିବାକୁ ଏହା ଅଛି ନିଶ୍ଚିତ

ଭୁଲ୍ ପାଇଁ ଯେ ଅଛି ପ୍ରାୟଶ୍ଚିତ ।

କ୍ଷୁଦ୍ର ନୀଚ ବୋଲି ଭାବିବ ନାହିଁ

ପ୍ର୍ରାୟଶ୍ଚିତ ଠାରୁ ବଡ଼ ଯେ ନାହିଁ ।

ଗୋଟିଏ ନଦୀର ଦୁଇଟି କୂଳ

ଗୋଟିଏ ଖରାପ ଗୋଟିଏ ଭଲ ।

ସଭିଙ୍କ ପାଖରେ ଉଭୟ ଗୁଣ

ମନୁଷ୍ୟ ହେଉଛି ଶ୍ରେଷ୍ଠ ପ୍ରମାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance