ପ୍ରିୟଜନ
ପ୍ରିୟଜନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୋ ପ୍ରିୟଜନ ଅଟନ୍ତି
ମୋ ପାଇଁ
ପିୟୁଷ ଅମୃତ ସମାନ
ଲଗନ୍ତି ସତେ ସେମାନେ
ବିଧିଙ୍କ ଦ୍ବାରା ପ୍ରେରିତ
ଅହ୍ଲାଇ ଆସି ଛନ୍ତି ସ୍ବର୍ଗରୁ
ମର୍ତ୍ତ୍ୟ କୁ ସାଜି ଦେବଦୂତ
ତାଙ୍କର ସାହାଯ୍ୟ
ସହାନୁଭୂତିରେ
ମୋ ଜୀବନ ନାଟିକା
ହୋଇଛି ଗଠିତ
ଗଠି ତୋଳିଛନ୍ତ
ମୋତ ଦେଇ ଶିକ୍ଷାଦିକ୍ଷା
କରିଛନ୍ତି ମନୁଷ୍ୟ ପରି ମଣିଷ
ଥିଲି ମୁଁ ଉତ୍ତାନପାଦ
ସମାଜ ଆଗରେ ହୋଇ ଅଛି ଆ ମୁଁ ଠିଆ ପାଇ ତାଙ୍କରି
ପରଶ ଧନ୍ଯମଣେ ଏ ଜୀବନ
ତାଙ୍କରି ସ୍ନେହ ମମତା
ସମିପେ ସବୁକିଛି ତୁଛ୍ଛ
କେବଳ ଏକ ମାତ୍ର
ମନ ବାଞ୍ଛା ମୋ ପାଖେ
ରହନ୍ତୁ ସଦା ମୋ
ପ୍ରିୟଜନ କରୁଥିବି
ତାଙ୍କରି ପଦପୂଜା
ତାଙ୍କ ପଦରେଣୁ ମଥାରେ
ନେଇ କରିବି ଜୟଯାତ୍ରା
ଜଣିବି ଏ ଜଗତ ।