STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ପ୍ରିୟାକୁ ପାଇବା ସପନ

ପ୍ରିୟାକୁ ପାଇବା ସପନ

1 min
716


ଦିବା ସ୍ବପ୍ନ ମୁହିଁ

ଦେଖୁଅଛି ପ୍ରିୟେ

ତୁମ ପାଶେ ଅଛ ବୋଲି,

ଗପି ଚାଲିଅଛି

ମନରେ ସତରେ

ତୁମେ ଶୁଣୁ ଅଛ ବୋଲି।


ପାଏନି ଉତ୍ତର

ତୁମ ଠାରୁ କିଛି

ମୋ ମନ ବ୍ୟାକୁଳ ହୁଏ,

ମନରେ ସତରେ

ଦେଖେ ତୁମ ରୂପ

ସତରେ ଦେଖି ନଥାଏ।


କାହିଁକି ରହିଛ

ମନରେ ତୁମେ ଯେ

ସତରେ ଯଦି ହେ ନାହଁ,

ଛାଇ ଭଳି ତୁମେ

ମୋର ପାଶେ ସଦା

ଦିବା ନିଶି ରହିଥାଅ।


ମନେ ମନେ ମୁହିଁ

ଖୋଜୁଛି ଠିକଣା

ପାଇ ନାହିଁ ଆଜି ଯାଏଁ,

ମିଳିବ କି ନାହିଁ

ଠିକଣା ତୁମର

ଖୋଜିବି ମରିବା ଯାଏଁ।


କାହା ସହ ଅଛ

କିପରି ରହିଛ

ବ୍ୟାକୁଳ ଜାଣିବା ପାଇଁ,

ସବୁ ଚେଷ୍ଟା ମୋର

ସରି ଆସିଲାଣି

ତୁମକୁ ଖୋଜି ପାଉନି।


ଶୟନ ଶଯ୍ୟାକୁ

ଯାଏ ଯେତେବେଳେ

ଶୁଣେ ମୁଁ ତୁମରି ସ୍ୱର,

ଆଲୁଅ ଜଳାଇ

କୋଠରୀ ଭିତରେ

ଖୋଜେ ହୋଇ ତର ବର।


ଖୋଜିବା ସିନା ହେ

ହୋଇଥାଏ ସାର

ତୁମକୁ ମୁଁ ପାଏ ନାହିଁ,

ତୁମ ସ୍ୱର କିନ୍ତୁ

ମୋ କର୍ଣ୍ଣ ରେ ସଦା

ଅହର୍ଣିସ ବାଜୁ ଥାଇ।


ମୋ ଖୋଜିବା ଦେଖୁ

ହସୁଛ କି ପ୍ରିୟେ

ଭାବିଣ ପାଗଳ ମନେ,

ତୁମେ ଯଦି ମୋତେ

ପାଗଳ ଭାବିବ

କାହିଁ ନ ମଣିବେ ଜନେ ।


ଭାବୁ ଅଛି ମନେ

ସତ ହୋଇବ କି

ଦିବା ସ୍ବପ୍ନ ମୋର ଦିନେ,

ପାଖକୁ ସତରେ

ଫେରି ଆସିବକି

ରହିଛି ଯିଏ ମୋ ମନେ ।


ଦିବା ସ୍ବପ୍ନ ମୋର

ହୋଇବ କି ସତ

ଫେରିବ କି ମୋର ପାଶେ,

କାଟି ଦିଅନ୍ତି ମୁଁ

ବଳକା ଜୀବନ

ସବୁ ସମୟ ହରଷେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance