STORYMIRROR

Prasant Kumar Nath

Fantasy

2  

Prasant Kumar Nath

Fantasy

ପ୍ରିୟା

ପ୍ରିୟା

7 mins
13.6K



ଢଳ ଢଳ ତୋର ନୟନ ଯୁଗଳ
ମୁହଁଟା ସତେକି ଚାନ୍ଦ
ଅଙ୍କା ବଙ୍କା ତୋର ଚାଲି ଦେଖି ଲାଗେ
ସତେକି ଓଡିଶୀ ଛନ୍ଦ
ମଥାର ଟିକିଲି ଲାଗୁଛି ଯେମିତି
ଆକାଶର ତାରା ପରି
ଖିଲି ଖିଲି ତୋର ହସରୁ ସତେକି
ମୁକୁତା ପଡୁଛି ଝରି ।
କଳା ମେଘ ପରି ଦିଶୁ ଅଛି ସତେ
କଳା କଳା ଘନ କେଶ
ରୂପ ରଙ୍ଗ ତୋର ଦେଖିଲେ ଲାଗୁଛି
ଅପସରି ପରି ବେଶ ।
ହସିଦେଲେ ତୁହି ଗାଲରେ ତୋହର
ଏମିତି ଭଉଁରୀ ଖେଳେ
ସତେକି ଯେମିତି ଭଉଁରୀ ପଡିଛି
ନୀଳ ସାଗରର ଜଳେ ।
ଦେଖି ଦେଲେ ଆଖି ଯାଉଅଛି ଲାଖି
ଏମିତି ସୁନ୍ଦରୀ ତୁହି
ରହିଥିଲେ ତୁହି ପାଖରେ ମୋହର

ଆଉ କିଛି ଲୋଡ଼ା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy