ପ୍ରିୟା
ପ୍ରିୟା
ଅନ୍ଧାର ହଟିଲା
ସିନ୍ଦୂରା ଫାଟିଲା
ଉଷା ଆସେ ଧାଇଁ ଧାଇଁ
ସିନ୍ଦୂର କରି
ସୂର୍ଯ୍ୟଙ୍କୁ ପିନ୍ଧିଛି
ସୁନ୍ଦର ଦିଶିବା ପାଇଁ ।
ତୁମ୍ଭ ପରେ ଯେବେ
ନଜର ପଡ଼ିଲା
ଝାଉଁଳି ଗଲା ତା' ମୁହଁ
ସୂର୍ଯ୍ୟ ବି ଚାହିଁଲେ
କଟମଟ କରି
ସହି ନପାରି ତା' କୋହ ।
ଉଷା ଅଭିମାନୀ
ଖୋଜି ପୁଷ୍କରିଣୀ
ମିଶି ଗଲା ଯାଇ ପଦ୍ମରେ
ସେଥି ପାଇଁ ପ୍ରିୟା
କମଳକୁ ଆହା
ଭଲପାଏ ସୂର୍ଯ୍ୟ ଛଦ୍ମରେ ।
ତମ ପଦ୍ମ ମୁଖ
ଦେଖି ଅଚାନକ
ପଦୁଅଁ ବି ଗଲା ମଉଳି
କଇଁକୁ ଶିଖେଇ
ଜହ୍ନକୁ ଡକେଇ
ତାରା ଫୁଲେ କଲା ଗହଳି ।
ତମେ ସନ୍ଧ୍ୟାଠୁ ସୁନ୍ଦର ବୋଲି
ନିଶି ଶରଣକୁ ଗଲେ ଚଳି ।
ଉଷାଠୁ ସୁନ୍ଦର ପଦ୍ମଠୁ ସୁନ୍ଦର
କଇଁଠୁ ସୁନ୍ଦର ଜହ୍ନଠୁ ସୁନ୍ଦର
ତମେ ସୁନ୍ଦରୀଙ୍କ ଶିରୋମଣି
କୁହ କେମିତି ପାରିବି ଆଣି ?
ପ୍ରିୟା...........

