STORYMIRROR

Prafulla Chandra Mishra

Romance Tragedy

3  

Prafulla Chandra Mishra

Romance Tragedy

ପ୍ରିୟା ର ବିଚ୍ଛେଦ ରେ

ପ୍ରିୟା ର ବିଚ୍ଛେଦ ରେ

1 min
203


ତୋ ବିଚ୍ଛେଦେ ପ୍ରିୟା ନିଦ ହୁଏ ନାହିଁ ମନ କାହିଁ ଲାଗେ ନାହିଁ

ଦିନ ସରୁ ନାହିଁ ରାତି ସରୁ ନାହିଁ ଚଲା ବାଟ ନ ଦିଶଇ

କେମିତି ମୁରୁଛି ରହିଛୁ, ମୋ ପାଇଁ

କଣ୍ଟା ଶେଯ ଗୋଟେ ଦେଇଛୁ ସଜେଇ,, ତୋ ବିଚ୍ଛେଦେ ପ୍ରିୟା… ।।


ଶୀତ ରାତି କେତେ ଅସହ୍ୟ ଯନ୍ତ୍ରଣା ପେଚା ଡାକେ ରହି ରହି

କଣ୍ଟା ପରି ଲାଗେ ତୁଳିତଳ୍ପ ଶେଜ ତୋ ବିହୁନେ ପ୍ରିୟ ସହୀ

ଦିବସ ରଜନୀ ଜଣା ପଡ଼େ ନାହିଁ

ଚାଲିଗଲୁ ଏକାକାର କରିଦେଇ, ତୋ ବିଚ୍ଛେଦେ ପ୍ରିୟା… ।।


ଆଜିର ବସନ୍ତ ମଳୟ ପ୍ରବାହେ ଉର୍ବୀ ସୁନ୍ଦର ଦିଶଇ

ମୋ ମନ ବୀଥିକା ଫୁଲ ତରୁ ଡାଳେ ଗୋଟେ ଫୁଲ ଫୁଟୁ ନାହିଁ

ଫୁଲଵିନା ଭୃଙ୍ଗ ନିରାଶେ ଉଡଇ

ଅମାନିଆଁ ଲୁହ ନଈ ଯାଏ ବହି, ତୋ ବିଚ୍ଛେଦେ ପ୍ରିୟା… ।।


ସତେ କେତେ କଷ୍ଟ ଏ ବିରହ ବିଚ୍ଛେଦ ଅନୁଭବୀ ହିଁ ଜାଣଇ

ପ୍ରିୟା ବିଚ୍ଛେଦରେ ବିରହୀ ଯକ୍ଷ ମେଘେ ପତ୍ର ଦିଏ ପଠାଇ

କବି ମାନସରେ ବିଚ୍ଛେଦର ଚିତ୍ର

ମାର୍ମିକ ବେଦନା ଜ୍ଵାଳା ସହି ନୁହଇ, ତୋ ବିଚ୍ଛେଦେ… ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance