STORYMIRROR

Chittaranjan Lenka

Comedy Tragedy

2  

Chittaranjan Lenka

Comedy Tragedy

ପ୍ରିୟା ମୋ ଯାଇଛି ରୁଷି

ପ୍ରିୟା ମୋ ଯାଇଛି ରୁଷି

1 min
2.6K


ପାଇଥିଲି ଗୋଟେ            କଉତୁକି ପୁଷି

ପାଳିଲି କରି ଆଦର

ନ ଦେଖିଲେ ତାକୁ        ଭାତ ରୁଚେ ନାହିଁ

ସିଏ ବି କଲା ଆଦର


ଟିକିଏ ଅବୁଝା          ହୋଇଲେ ରାଗରେ

ଦିଅଇ ସିନା ରାମ୍ପୁଡି

ମନ ଦୁଃଖ ଯଦି          ଦେଖିଲା ମୋହର

ନିଜକୁ ଦିଏ ସଜାଡି


କି ହେଲା କେଜାଣି   କେବେ ଠାରୁ ମୋର

ପୁଷିଟା ଯାଇଛି ରୁଷି

ଜାଣିଛି ସେ ଆଉ           ଆସିବନି ଫେରି

ତଥାପି ଜଗିଛି ବସି


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy