ପ୍ରିୟା-୩୩
ପ୍ରିୟା-୩୩
ମନ କଥା ମନେ
ଚାପିକି ମଉନେ
ମଉନ ମୌନାବତୀ ,
ତୁମ ରୂପକାନ୍ତି
ଯେଣୁ ଅସରନ୍ତି
ଫାଟି ଯାଏ ତାର ଛାତି ।
ଯେତେ ଚାହିଁଲେ ବି
ସୁନ୍ଦରୀ ପଣରେ
ପାରୁନି ତୁମକୁ ଜିତି ,
ସବୁ ଅପଚେଷ୍ଟା
ସବୁ କୌଶଳ
ବୃଥା ହୁଏ ନିତି ନିତି ।
ତୁମେ, ଗୋଟେ ଚାଉଳରେ ଗଢ଼ା
କୁହ... କେମିତି ବଂଚିବି ତୁମ ଛଡ଼ା
ପ୍ରିୟା............।।