ପରିସୀମା
ପରିସୀମା
ଆମ ସମ୍ପର୍କର ପରିସୀମା
କଣ ସମାବିଷ୍ଟ ନିଦ୍ରା ଆଉ ସ୍ୱପ୍ନର ବ୍ୟାସାର୍ଦ୍ଧ ଭିତରେ ?
କୁହାଯାଏ...
ପ୍ରେମର ନୈସର୍ଗିକତା
ରୂପନିଏ ପରିଧି ବାହାରରେ ।
ଯେପରି....
ବାଲୁକାର ସମାହାରେ
ବେଳାଭୂମିର ପାଦକୁ
ଚୁମିଯାଏ ସାଗର ଯେ
ପ୍ରତି ମୁହୂର୍ତ୍ତରେ ...
ସେଇ ବାଲୁକାର ଶଯ୍ୟାସମ
ମୋ ମନ ମରୁଭୂମି
ଅପଲକ ନୟନରେ ଦିନକାଟେ
ମୌସୁମୀ ଅପେକ୍ଷାରେ ।
ହଜିଲା ହସ୍ତାକ୍ଷରରେ
ଏ ନଷ୍ଟ ଅତୀତର
ଅହଂକାରୀ ଏକାକିତ୍ବକୁ
ଯେବେ ପରଖି ଦେଖେ
ଲାଗେ...
ଅଙ୍ଗୀକାର ଏକ ଅର୍ଦ୍ଧସତ୍ୟ
ତା ସାନିଧ୍ୟ ପ୍ରାପ୍ତିରେ,
ବାସ୍ତବରେ କେବଳ ତା ସାନିଧ୍ୟ
ନିଶାର୍ଦ୍ଧରେ
ଆଉ ଶାଳୀନତାର ପରିସୀମା ମଧ୍ୟରେ......

