STORYMIRROR

Umashankar Satpathy

Romance

2  

Umashankar Satpathy

Romance

ପରିସୀମା

ପରିସୀମା

1 min
158


ଆମ ସମ୍ପର୍କର ପରିସୀମା

କଣ ସମାବିଷ୍ଟ ନିଦ୍ରା ଆଉ ସ୍ୱପ୍ନର ବ୍ୟାସାର୍ଦ୍ଧ ଭିତରେ ?

କୁହାଯାଏ...

ପ୍ରେମର ନୈସର୍ଗିକତା 

ରୂପନିଏ ପରିଧି ବାହାରରେ ।

ଯେପରି....

ବାଲୁକାର ସମାହାରେ 

ବେଳାଭୂମିର ପାଦକୁ

ଚୁମିଯାଏ ସାଗର ଯେ

ପ୍ରତି ମୁହୂର୍ତ୍ତରେ ...

ସେଇ ବାଲୁକାର ଶଯ୍ୟାସମ 

ମୋ ମନ ମରୁଭୂମି

ଅପଲକ ନୟନରେ ଦିନକାଟେ

ମୌସୁମୀ ଅପେକ୍ଷାରେ ।

ହଜିଲା ହସ୍ତାକ୍ଷରରେ

ଏ ନଷ୍ଟ ଅତୀତର

ଅହଂକାରୀ ଏକାକିତ୍ବକୁ

ଯେବେ ପରଖି ଦେଖେ

ଲାଗେ...

ଅଙ୍ଗୀକାର ଏକ ଅର୍ଦ୍ଧସତ୍ୟ 

ତା ସାନିଧ୍ୟ ପ୍ରାପ୍ତିରେ,

ବାସ୍ତବରେ କେବଳ ତା ସାନିଧ୍ୟ

ନିଶାର୍ଦ୍ଧରେ

ଆଉ ଶାଳୀନତାର ପରିସୀମା ମଧ୍ୟରେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance