STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ପରୀକ୍ଷା

ପରୀକ୍ଷା

1 min
28

ଜଣେ ସଚୋଟ ବ୍ୟକ୍ତି

 ରାଜା କଂ ଗୁମାସ୍ତା 

ବୁଢା ହୋଇ ଅବସର ନେବାକୁ କହିଲେ

ରାଜା ତାଙ୍କ ପରି ବ୍ୟକ୍ତି ଟିଏ ଖୋଜି ଦେଇ

ନୂଆ ଗୁମାସ୍ତା ନିଯୁକ୍ତି ପରେ ଅବସର ନେବ କହିଲେ ।

ଗୁମାସ୍ତା ବିଜ୍ଞାପନ ଦେଲେ

ନିଯୁକ୍ତି ପାଇଁ ମୁଖ୍ୟ ଗୁଣ ସଚୋଟ ଓ ପର ଉପକାରୀ

ସହ ସହ ଯୁବକ ଆସି ପହଁଚିଲେ

ସାତଦିନ ଦରବାରରେରହିବାର ବ୍ୟବସ୍ଥା 

ନିଘଣ୍ଟର ଶେଷ ଦିନକ ପୂର୍ବରୁ ହକି ଖେଳ ହେଲା

ସନ୍ଧ୍ୟା ପଯ୍ୟନ୍ତ ଖେଳି ହାର ଜିତ ନିର୍ଣ୍ଣୟ ନହେଲା

ଖେଳାଳି ମାନେ ଦରବାରକୁ ସନ୍ଧ୍ୟାରେ ଫେରିଲେ ।

ବାଟରେ ଗୋଟେ ନାଳ ଥିଲା

 କୃଷକର ଶଗଡ଼ ଗାଡ଼ି ନାଳରେ ପଡିଥିଲା

କରୁଣ ଦୃଷ୍ଟିରେ ସାହାଯ୍ୟ ଚାହିଁଥାଏ କୃଷକ

ସବୁ ଯୁବକ ସେଇବାଟ ଦେଇ ଗଲେ

କିନ୍ତୁ କୃଷକର ଦୃରବସ୍ଥା କୁ ଅଣଦେଖା କଲେ ।

ଶେଷରେ ଛୋଟେଇ କଷ୍ଟରେ ଚାଲୁଥିବା ଯୁବକ 

କୃଷକର ଅବସ୍ଥା ଦେଖି ଗାଡିର ଚକ

କାନ୍ଧରେ ଠେସ ଦେଲେ,

ଗାଡିଟି କାଦୁଅରୁ ବାହାରିଲା

କୃଷକ ଗାଡ଼ିଧରି ଗଲାବେଳେ କହିଲା

ଗୁମାସ୍ତା ପଦ ଆପଣଂକୁ ମିଳୁ

ନିର୍ଘଣ୍ଟ ଦିନ ତାକୁ ଗୁମାସ୍ତା ପଦ ଘୋଷଣା କରାଗଲା ।

ଗୁମାସ୍ତା ନିଜେ କୃଷକ ଥିଲେ

ଦେଖୁଥିଲେ ବକ ମାନଙ୍କ ଭିତରେ ହଂସକୁ

ଗୋଡ଼ରେ ଚୋଟ ଲାଗିଥିଲେବି କୃଷକକୁ ସାହାଯ୍ୟ କଲେ

ପାଠ ପଢି ଚାକିରୀ ଆଜିର ଶିକ୍ଷା

ପାଠକୁ କାମରେ ଲଗାଇବା 

ପରୋପକାର, ସେବା, ସଚୋଟ, ହିଁ ପରୀକ୍ଷା

କରୋନା ଆତଙ୍କ ବେଳେ

ପିଲାଙ୍କ ପରୀକ୍ଷା 

ପୁଣି ସାମାଜିକ ଦୂରତ୍ୱର ଶିକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational