Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
267



ଖୋଜୁଥିବା ସାହାରା

ଆବଶ୍ୟକ ଅର୍ଥ

ଜୀବନକୁ ଦେଖାଏ 

ବଞ୍ଚିବାର ପଥ ।


ପାଇବାର ଅପେକ୍ଷାରେ 

ଆୟୁଷ ସାରୁଥିବା ଜୀବନ

ନିରାଶ ହେବା ପରେ 

ଖୋଜିବା ଅପେକ୍ଷା 

ବଞ୍ଚିବାକୁ ପସନ୍ଦ କରେ ।


ଇଚ୍ଛା ସବୁକୁ ଭସେଇ ଦେଇ

ସ୍ବପ୍ନକୁ ଶୁଖାଇ ଲୁହରେ

ପାଇବା ବଦଳରେ ବାଣ୍ଟିଚାଲେ,

ଆଶା, ନିଶା ଅଳ୍ପ ଅବଧି ଭିତରେ

ପାହାଡ଼ିଆ ଛାତି ଖୋଜିବୁଲେ ।


ମୁଣ୍ଡ ଟେକୁଥିବା ସ୍ବପ୍ନ

କଏଦୀ ପାଲଟିଯାଏ,

ଲୋଡ଼ାଥିବା ଦୁଇ ହାତ

ପରିବର୍ତ୍ତନ ବାଧ୍ୟକରେ ।


ହସିବା ବୟସରେ ହସେଇବାକୁ ହୁଏ

କାନ୍ଦିବା ବୟସରେ ଲୁହ ପୋଛିବାକୁ ହୁଏ

ପରିବେଶ ପରିବର୍ତ୍ତନକୁ ଅନିଚ୍ଛା ସତ୍ତ୍ୱେ

ସ୍ୱାଗତ କରିବସେ ।।



Rate this content
Log in