STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ପରିବାର

ପରିବାର

1 min
334


ମଣିଷ ଜୀବନ   ଦୁର୍ଲଭ ଅଟଇ 

    ପଢି ଲେଖି ବୁଝିପାରେ 

ବୁଦ୍ଧି ବିବେକ କୁ   କାମରେ ଲଗାଇ 

   ସଂସାର କୁ ଗଢ଼ିପାରେ ll


ଦେଶ ର ଏକକ   ଅଟେ ପରିବାର 

    ପରିବାର ମିଶି ଗ୍ରାମ 

ଗ୍ରାମ ମିଶିକରି   ହୁଏ ପଂଚାୟତ 

   ପଂଚାୟତ ମିଶି ବ୍ଲକ ll


ପରିବାର ଲୋକେ  ପରସ୍ପର ମଧ୍ୟେ 

   ସ୍ନେହ ର ଡୋରରେ ଗୁନ୍ଥା 

ମାନ ଅଭିମାନ   ରହେନି ମନରେ 

  ବିଶ୍ୱାସେ ସମସ୍ତେ ବନ୍ଧା ll


ଭାଇ ଭଉଣୀ ର  ଖେଳ କୁଦ ନାଚେ 

    ଖୁସିରେ ଘର ଟି ଉଛୁଳେ 

ପରସ୍ପର ସ୍ନେହ   ମମତା ପ୍ରେମରେ 

    ସ୍ୱର୍ଗ ର ଆନନ୍ଦ ମିଳେ ll


ଲଘୁ ପରିବାରେ   ଗୁରୁଜନ ଠାରୁ 

  କର୍ତ୍ତବ୍ୟ ବୋଧ ଟି ଶିଖେ 

ବଡ଼ ହୋଇ ପୁଣି   ସଭିଙ୍କୁ ସାଥିରେ 

    ମମତା ରଜୁ ରେ ରଖେ ll


ବନ୍ଧୁ ପରିଜନ   ପର୍ବ ରେ ମିଳନ 

    ପିଠା ପଣା ମିଠା ଭାସେ 

ନାହିଁ ଦ୍ୱେଷ ଈର୍ଷା  ସହାନୁଭୂତି ରେ 

    ହସେ ଆନନ୍ଦ ଉଲ୍ଲାସେ ll


ଦାଦା ବଡ଼ ବାପା  ବାପା ର ମଧ୍ୟରେ 

     ସଦଭାବନା ମଧୁର 

ସର୍ବେ ଏକ ହୋଇ  ଜଡିତ କର୍ମରେ 

    ଲାଗେ ଅପୂର୍ବ ସୁନ୍ଦର ll


କୌଳିକ ବୃତ୍ତି କୁ  ଆପଣା କରି କି 

    ଚଳେ ସବୁ ପରିବାର 

ନାହିଁ ସ୍ୱାର୍ଥପର   ପରଶ୍ରୀକାତର 

    ଗୁରୁତ୍ୱ ବୁଝେ ନିଜର ll


ଶିଶୁ ବୃଦ୍ଧ ବ୍ୟକ୍ତି   ସେବାରେ ସମସ୍ତେ    

      ନିଜକୁ ଉତ୍ସର୍ଗ କରେ  

ପରିବାରେ  ସର୍ବେ  ଏକତ୍ବ ଭାବରେ 

     ମିଳିମିଶି କାମ କରେ ll


ନାହିଁ ପର ଚିନ୍ତା  ନିନ୍ଦା ଘୃଣା ଭାବ 

    ସାହାଯ୍ୟ କରେ ପରକୁ 

ପର କୁ ଆପଣା  କରିବାର କଥା 

   ପିଲା ଶିଖେ ପରିବାରୁ ll


ଦେଶ ର ପ୍ରଗତି ରାଜ୍ୟ ର ଉନ୍ନତି 

  ପରିବାରେ ସଂଗଠିତ 

ଅସୀମ ଶକତି   ରହିଛି ପୂରିତ 

  ପରିବାରେ ଲୁକାୟୀତ ll


କର୍ମ ରେ ଆଶ୍ରିତ  ହେଲେ ସବୁ ବ୍ୟକ୍ତି 

   ଦେଶ ତ ଆଗେଇଯିବ 

କର୍ମ ବିନା ନର ହୁଅଇ ଜଡ଼ତ 

   ଅନ୍ୟ ହାତ ଚାହୁଁଥିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational