STORYMIRROR

Sanjya Tripathy

Romance

4  

Sanjya Tripathy

Romance

ପ୍ରେମର ତିନୋଟି ସ୍କେଚ୍

ପ୍ରେମର ତିନୋଟି ସ୍କେଚ୍

1 min
223


ଅତୀତ


ଯେବେ ତୁମ ଆସିବାର ଆଦ୍ୟ ଇଶାରାରେ

ଆକାଶରେ ଦେଖାଉଥିଲା ଇଂଦ୍ରଧନୁ

ଶୁଭୁଥିଲା ନିକଶିତ ନୁପୁରର ରୁଣୁଝୁଣୁ ଧ୍ଵନି

ଦୂର ଜଂଗଲରେ ଦିଶୁଥୁଲା ବନ୍ୟମୟୁରୀର ଚଳଚପଳା ନୃତ୍ୟ

ପ୍ରାଣସଂଚାର ହେଉଥିଲା ନିସ୍ତେଜ ପ୍ରେମିକର ଦେହଳୀରେ

କବି ମାନେ ଆରଂଭ କରୁଥିଲେ ପ୍ରୀତିବର୍ଷା ଆସର l


ବର୍ତମାନ


ଏବେ ବିମର୍ଷ ବର୍ତମାନର ସଂଦିତ ସୀତାର

ନିରୁତ୍ସାହିତ ପ୍ରେମିକର କିଂକର୍ତବ୍ୟବିମୂଢତା

ପ୍ରେମର ଚିଟାଉ ପଢି ବି ଅପଢା

ସବୁ କିଛି ବୁଝି ବି ଅବୁଝା

ବୃଦ୍ଧ ଜରଦ୍‌ଗବ ପରି ଚଳତ୍ଶକ୍ତିହୀନ

କିଏ ଭରିବ ତୈଳ ପ୍ରେମର ଦୀପାଳୀରେ l


ଭବିଷ୍ୟତ


ଭାନୁମତୀ ଭବିଷ୍ୟତର କୁହୁକ ପେଡିରେ

କଣ ବା ଅଚି ପ୍ରେମର- ପ୍ରେମର ପରିଭାଷାର

ପ୍ରେମିକ ନିରୁଦ୍‌ବିଗ୍ନ-ଅଚଳ ପଇସା

କିଏ ଆଣିଦେବ ସୁରଭିତ ମଳୟର ଅଫୁରଂତ ପ୍ରାଣପ୍ରଚୁର୍ଯ୍ୟ

ସ୍ମୃତିର ସରହଦ୍ ତଳୁ ନିରୁତା ପ୍ରେମର ସଂମଂତକ ମଣି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance