STORYMIRROR

Sandhya Rani Panigrahy

Abstract

2  

Sandhya Rani Panigrahy

Abstract

ପ୍ରେମର ରଙ୍ଗମଞ୍ଚରେ .. ମାନସାଙ୍କ

ପ୍ରେମର ରଙ୍ଗମଞ୍ଚରେ .. ମାନସାଙ୍କ

1 min
183

ମିଳନ କେବେ କେବେ ଭାବନାରେ

ଦେହାତୀତ କିଛି ଉର୍ଦ୍ଧ୍ବରେ ମାନସରେ

କିଛି କେବେ ଭାବଟା ଭାବାତୀତରେ

ଦେଖା ସାକ୍ଷାତର ଲୁଚକାଳିରେ

ଯଦିବା ଏ ପାଖ ପାଖରେ ନ ଥିବାରେ

କିଛି କଣ ପରକ ଆସେ ଏ ସପନର ପଥରେ

କିଛି ଦେଖିବାରେ ତମ ଇଚ୍ଛାର ବାହାରେ

ଆଖିବୁଜି ସବୁ ଦେଖିବା ପରେ

ଦବିଦବା ଧାଇଁ ଯାଏ ପାଦରେ

ମୁଣ୍ଡ ଗୁଞ୍ଜିବାକୁ ଏ ମୁକ୍ତ ଆକାଶରେ

କେତେ ବାହାନାରେ ଖାଲିରେ ଫେରେ

କହିବାର କଥା ଯେ ଅକୁହା ହୃଦୟ ଭରେ

ଫେରେ ସେ ପ୍ରେମର ବିନା ଛୁଆଁରେ

 ଯେବେ ପ୍ରତ୍ୟାଖାନ ମିଳେ ଅକାରଣରେ

 ସବୁ ଛୁଆଁରେ କଣ ବର୍ଷା ହୁଏ

 ସବୁ ବିଜୁଳି କଣ ଇନ୍ଦ୍ରଧନୁ ନିଏ

 କିଛି ଛିଟା ଛାତି ତଳେ କୋହରେ ରୁନ୍ଧିତ

 କିଛି ଜଳନ ଭରେ ମନରେ ନିଆରା ଅନୁରକ୍ତ

 କିଛି ଝର ବହେନା ଝରଝର

 କିଛି ଅଶ୍ରୁ ଜକେଇ ରୁହେ ନୀରବର

 କିଛି ବୁଝାମଣା ଭୂଲ ଭାବରେ ଲେଖା

 କିଛି ଏ ପରୀକ୍ଷା ନ ଦେଇ ଅଣଦେଖା

 ଶୂନ୍ଯରେ ବି ପୂର୍ଣତା ଭରେ ମନ ଆକାଶରେ

 ଲମ୍ବା ଏ ପ୍ରତୀକ୍ଷା ମିଳନର ମୋହ ନୁହେଁ ଦେହରେ

 ମନସା ଓ ହୃହୟର ଭାବ ଅଲୌକିକତାର ସମ୍ପଦ 

 ବହୁବିଧ ଭିନ୍ନତାରେ ମିଳେ ପୂର୍ଣ୍ଣାଙ୍ଗ ସମ୍ପର୍କ ବିସ୍ତୃତ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract