STORYMIRROR

Sambit Srikumar

Classics Inspirational

3  

Sambit Srikumar

Classics Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
258


ଶୁଣିଲି, ଆଜିକାଲି ଆଉ ପ୍ରେମ

କାଳେ ହେଉନି ଛାଏଁ ଛାଏଁ

ବାଟରେ ଯାଉ ଯାଉ

ଅବା ପହିଲି ଦେଖାରେ

ନଈପଠା ଜହ୍ନରାତି ବର୍ଷା ବସନ୍ତ

ସବୁ ତ ହୋଇଛି ଉଭାନ୍

ପ୍ରେମୀ ଯୁଗଳ ବାୟା

ଯାନ୍ତ୍ରିକ ମାୟାଜାଲରେ!!

ଭଲ ପାଇବାକୁ ଚାଲିଛି

କେତେ ମାପଚୁପ ଅଙ୍କକଷା

ହିସାବ କିତାବ ଲାଭ ଓ କ୍ଷତିର

ତଉଲୁଛି ମନ ଆପଣାର ମୂଲ

ଅପବାଦ ଭରା ବଜାରେ

ପାଲଟିଛି ପ୍ରେମ ଆଜି

ଦେବା ନେବାର ବେଭାର!!

କବି ବି ଲେଖୁନି ଆଉ

ନିରୁତା ପ୍ରେମର କବିତା

ସେଇ ଘଷାପିଟା ଚର୍ବିତ ଚର୍ବଣ

ଚୁମ୍ବନ - ଆଲିଙ୍ଗନ - ମୈଥୁନ

ପ୍ରେୟସୀର ସୌନ୍ଦର୍ଯ୍ୟ ବର୍ଣ୍ଣନା

ପ୍ରଣୟ ପ୍ରତାରଣାର ତାଡ଼ନା

ଲେଖି ଲେଖି ଥକି ପଡିଲାଣି

ତାହାର ମୁଖର ଲେଖନୀ!!

ଭିନ୍ନ କିଛି ଲେଖୁନ କାହିଁକି?

ପଚାରିଲେ ଦିଅଇ ଉତ୍ତର

ସୃଷ୍ଟିର ଦ୍ବିତୀୟ ଈଶ୍ବର

ବିଷର୍ଣ୍ଣ ଉଦାସ ବଦନେ

ତା'ର ପାଶେ କୁଆଡ଼େ

ଭାଷା ଭାବ ତତ୍ତ୍ଵ ସହ

ଅନୁଭୂତିର ଅଭାବ ଘୋର

ତଥାପି ପ୍ରସିଦ୍ଧି ଲାଭାର୍ଥେ

ସଦାସର୍ବଦା ବିଶେଷ ତତ୍ପର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics