ପ୍ରେମର ପହିଲି ଅନୁଭୂତି
ପ୍ରେମର ପହିଲି ଅନୁଭୂତି
ପ୍ରେମର ପହିଲି ଝଲକ,
ମଉସୁମୀର ସେ ଶୀତଳ କୋମଳ ,
ଉତ୍ତରା ପବନ ସରି,
ଯିଏ ଗ୍ରୀଷ୍ମରେ ତୃଷିତ, ଆତୁର,
ଖଣ୍ଡ ବିଖଣ୍ଡିତ ମରୁମୟ ଭୂମିକୁ ,
ଆନନ୍ଦର ଜଳବିିିନ୍ଦୁରେ ଭିଜେଇ ଦିଏ ।
ପ୍ରେମର ପହିଲି ପୁଲକ,
ସେଇ ନର୍ଝର, ନିର୍ମଳ ଝରଣା ପରି,
ଛେଦି ନିଷ୍ଠୁର, କଠୋର ଗିିିରି ମାଳ,
କୁଳୁକୁଳୁ ବଂଶୀ ସୁର ମେଲି,
ପ୍ରସ୍ତର, ବନ୍ଧୁର, ପଥ ଚିରି,
ଯିଏ ସାଗରେ ବିଲୋପନକୁ ଭଲପାଏ ।
ପ୍ରେମର ପହିଲି ସ୍ପର୍ଶ ,
କେବେ ଯଉବନେ ଶିଶୁ ମନ ଖେଳାଏ,
ତ କେବେ ବୃୃୃୃଦ୍ଧ କାଳେ ,
କୈଶୋରତାର ଅନୁଭୂତି ଜଗାଏ,
ପୁଣି କେବେ ସ୍ଥିର ଜୀବନେ,
ଚଞ୍ଚଳତା ଫେରାଇ ସପନର ବାଟ ଫିଟାଏ ।
ପ୍ରେମର ପହିଲି ତୃପ୍ତି,
ସିନ୍ଥିରେ ସିିନ୍ଦୂରର ସେଇ ସୀମାରେଖା ଆଣେ,
ହୃଦୟେ ପରସ୍ପର ପ୍ରତି ,
ସମ୍ମାନର ସିଂହାସନ ସାଇତି,
ଯିଏ ଆଜୀବନ ସାଥି ହୋଇ,
ଚାଲିବାର ପ୍ରତିଜ୍ଞା କରାଏ ।
ପ୍ରେମରେ ପହିଲି ପୂୂର୍ଣ୍ଣତା ,
ଭରିଦିଏ ସେହିି ମଧୁର ମୃଦୁସ୍ୱର ,
ଥରୁଟିଏ କୋଳରେ ତୋଳି ଧରି,
ନମନୀୟ ପାଦ ପାପୁଲି ଛୁଇଁ,
ଯାହାକୁ ଗେଲ କରିଦେଲେ,
ମାତୃତ୍ଵର ସ୍ୱର୍ଗୀୟ ଅନୁଭୂତି ଟିଏ ମିଳିିଯାଏ ।

