STORYMIRROR

Sunanda Mohanty

Romance Action Thriller

3  

Sunanda Mohanty

Romance Action Thriller

ପ୍ରେମିକ ଜହ୍ନକୁ

ପ୍ରେମିକ ଜହ୍ନକୁ

1 min
139

ଜହ୍ନରେ ହୁଅନ୍ତୁ କି ତୁ ସମ୍ପୂର୍ଣ୍ଣ ମୋର

ତୋ ନାମରେ ଲେଖି ଦିଅନ୍ତି

ପୃଥିବୀ ପୃଷ୍ଠରେ ମୋ ଭାଗ ସବୁର

ନହେଲେ ଯଦି କହିବୁ ତୋ ନାମରେ ଲେଖିଦେବି 

ମନ ହୃଦୟ ଯେତେ ଇସ୍ତାହାର

ତୁ କଇଁର ପ୍ରେମିକ କବି କହେ ଥରକୁ ଥର

ଭାଙ୍ଗିଯାଏ ହୃଦୟରୁ ବାଲି ସିମେଣ୍ଟ ପଥର

ପିଲାଦିନେ ଜେଜେମା କହିଥିଲା ତୁମୋ ବର

ଏବେ ଯେବେ ପୂର୍ଣ୍ଣମୀରେ ହସୁ କିରି କରି

ପାଏ ମୁଁ ପରିପୂର୍ଣ୍ଣତା ମନ୍ତର୍

ଆଉ ଗ୍ରହଣରେ ଅବା ଅମାବାସ୍ୟା ଆସିଲେ

ହୃଦୟ ଅସ୍ଥିର ଭାବରେ ବିଚ୍ଛେଦ ଅପାର 

ରୂପା ଜୋତା ଛତା ସହ ରାତ୍ରୀ ଦ୍ୱିପହର

ବୁଲୁଯେବେ ଘରେ ଘରେ ଝର୍କା ପରଦା ବାହାର

ସହି ହୁଏନା କି କହିହୁଏନା

ଛିନଛତ୍ର ମନ ହୁଏ ମୋର

ହୀରା ଲୀଳା ଲୋଡା ନାହିଁ ତୋ ରାଇଜେ ଯାଇ

ଗଢ଼ିନେବା ତେଲ ଲୁଣର ସଂସାର

ଅପେକ୍ଷାରେ ଜୁଇ ଜଳୁ ଧର୍ଯ୍ୟ ଅଛି ପାଇବି ଉତ୍ତର 

ଜୀବନ ହାରିବି ପାର୍ବଣ ଋତୁରେ ସବୁ ଦୋଷ ତୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance