ପ୍ରେମିକ ଜହ୍ନକୁ
ପ୍ରେମିକ ଜହ୍ନକୁ
ଜହ୍ନରେ ହୁଅନ୍ତୁ କି ତୁ ସମ୍ପୂର୍ଣ୍ଣ ମୋର
ତୋ ନାମରେ ଲେଖି ଦିଅନ୍ତି
ପୃଥିବୀ ପୃଷ୍ଠରେ ମୋ ଭାଗ ସବୁର
ନହେଲେ ଯଦି କହିବୁ ତୋ ନାମରେ ଲେଖିଦେବି
ମନ ହୃଦୟ ଯେତେ ଇସ୍ତାହାର
ତୁ କଇଁର ପ୍ରେମିକ କବି କହେ ଥରକୁ ଥର
ଭାଙ୍ଗିଯାଏ ହୃଦୟରୁ ବାଲି ସିମେଣ୍ଟ ପଥର
ପିଲାଦିନେ ଜେଜେମା କହିଥିଲା ତୁମୋ ବର
ଏବେ ଯେବେ ପୂର୍ଣ୍ଣମୀରେ ହସୁ କିରି କରି
ପାଏ ମୁଁ ପରିପୂର୍ଣ୍ଣତା ମନ୍ତର୍
ଆଉ ଗ୍ରହଣରେ ଅବା ଅମାବାସ୍ୟା ଆସିଲେ
ହୃଦୟ ଅସ୍ଥିର ଭାବରେ ବିଚ୍ଛେଦ ଅପାର
ରୂପା ଜୋତା ଛତା ସହ ରାତ୍ରୀ ଦ୍ୱିପହର
ବୁଲୁଯେବେ ଘରେ ଘରେ ଝର୍କା ପରଦା ବାହାର
ସହି ହୁଏନା କି କହିହୁଏନା
ଛିନଛତ୍ର ମନ ହୁଏ ମୋର
ହୀରା ଲୀଳା ଲୋଡା ନାହିଁ ତୋ ରାଇଜେ ଯାଇ
ଗଢ଼ିନେବା ତେଲ ଲୁଣର ସଂସାର
ଅପେକ୍ଷାରେ ଜୁଇ ଜଳୁ ଧର୍ଯ୍ୟ ଅଛି ପାଇବି ଉତ୍ତର
ଜୀବନ ହାରିବି ପାର୍ବଣ ଋତୁରେ ସବୁ ଦୋଷ ତୋର ।

