STORYMIRROR

Anita Dash

Romance

4  

Anita Dash

Romance

ପ୍ରେମ

ପ୍ରେମ

1 min
267


ଅନ୍ତହୀନ ଦିବ୍ୟ ଭାଗିରଥି ଧାରା ବହୁଥାଏ ନିରନ୍ତର 

ଆବାହନରେ ଅଶାନ୍ତି ଅନଳ ଆପେ ହୋଇଯାଏ ଦୂର।

ଅସାର ବାସନା ବନ୍ଧନର ଡୋର ଚିର ସ୍ଥାୟୀ ରହେନାହିଁ 

ଅମର ସେ ପ୍ରେମ ବାସନାର ନିଆଁ ପାରିନି ଯାହାକୁ ଛୁଇଁ।


ଅମ୍ଳାନ ଶାଶ୍ଵତ ମୁକତିର ପଥ ଆପେ ଆପେ ମିଳିଯାଏ 

ପ୍ରେମ ଯେବେ ପ୍ରାପ୍ତି ଉପରକୁ ଉଠି ବନ୍ଧନରୁ ଦୂର ହୁଏ।

ଅଗଭୀର ଜଳେ ସାଗର ଅଶାନ୍ତ ସୁଗଭୀରେ ଶାନ୍ତ-ସ୍ଥିର,

ଅମର ପ୍ରେମରେ ଆନନ୍ଦ ଅପାର ବିଷାଦଟି ହୁଏ ଦୂର।


ଅନ୍ତର ସଂଯୋଗ, ସ୍ୱର୍ଗୀୟ ବୈଭବ ପାଇବାର ଆଶା ନାହିଁ,

ଦେଣ-ନେଣ ଭାବ ନରହିବ ଯେବେ ଦୁଃଖ ମନ ହେବ କାହିଁ ?

ଅନୁରାଗ ଭାବ, ସହିଷ୍ଣୁ ସ୍ୱଭାବ, ପ୍ରେମ ଆତ୍ମିକ ଭାବନା ,

ଅମୃତର ଉତ୍ସ, ଉନ୍ନତି ପ୍ରତୀକ ପ୍ରେମ; ତ୍ୟାଗ- ସଦ୍ଭାବନା।


ଅନାବିଳ ପ୍ରେମ, ସରଗ ସମାନ, ମମତାର ମାଧୁରିମା 

ଅପାଶୋରା ସ୍ମୃତି, ଦେହୁ ବିଦେହର ଉଚ୍ଚତର ଉପାସନା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance