STORYMIRROR

Nrusingha Narayan Tripathy

Romance Inspirational

3  

Nrusingha Narayan Tripathy

Romance Inspirational

ପ୍ରେମ

ପ୍ରେମ

1 min
121


ପ୍ରେମ ହିଁ ଜୀବନ ଭରେ ଉନ୍ମାଦନ

ସୃଷ୍ଟି ରକ୍ଷା ବୃଦ୍ଧି ବଂଶ

ପ୍ରେମ ବିନା ମନ ମୂଲ୍ୟ ଅକାରଣ

ପ୍ରେମ ପାଇଁ ସରକସ l


ପ୍ରେମତ ମାନେନା ମାନ ସନମାନ

ଧନୀ କି ଗରିବ ଜାତି

ମନ ଆକର୍ଷିତ ହୃଦୟ କମ୍ପିତ

ପାଇବାକୁ ଟିକେ ପ୍ରୀତି l


ପ୍ରେମିକା ପରଶେ ପ୍ରେମିକଯେ ବଶେ

ପ୍ରେମ ଝୁରେ ସ୍ନେହ ଶ୍ରଦ୍ଧା

ଶାଶ୍ୱତ ପ୍ରେମର ସ୍ମୃତିଯେ ଅମର

ଶିଖ ଦେଖି କୃଷ୍ଣ ରାଧା l


କାମେ ପ୍ରପୀଡ଼ିତ ପ୍ରେମ ପ୍ରଲୋଭିତ

ପାଇବାକୁ ଦେହ ସୁଖ

ଦେଖି ଶିଖି ନର କରେ ଅତ୍ୟାଚାର

ପ୍ରେମ ପାଏ ସଦା ଦୁଃଖ l


ପଇସାର ପ୍ରେମେ ନାଟକ ରଚଇ

ଦେହ ବ୍ୟବସାୟ ପ୍ରେମ 

ନଥାଏ ସରାଗ ପ୍ରେମେ ବଇରାଗ

ଟଙ୍କା ସ୍ଵାର୍ଥେ କରେ କାମ l


ମନ ଦିୟା ନିୟା  ଆଖିର ଆଇନା

ପ୍ରତିଛବି ହୃଦେ ବସେ

ଶୟନେ ସପନେ ଅବା ଜାଗରଣେ

ପ୍ରେମୀ କଥା ମନେ ଭାଷେ l


କଇଁ ଚନ୍ଦ୍ର ପ୍ରେମ ସୁରୁଜ ପଦମ

ପ୍ରେମ ପାଇଁ ପ୍ରାଣ ମନ

ପ୍ରେମର ବନ୍ଧନେ ମନ ପ୍ରାଣ ବାନ୍ଧେ

ପ୍ରେମ ପାଏ ଭାଗ୍ୟବାନ l


ଆଜିର ପ୍ରେମଯେ ନିଲାମ ଦାଣ୍ଡରେ

ବିଷ ପିଇ ପ୍ରାଣ ହାରେ

ମନେ ମନେ ପ୍ରେମ ନେଇପାରେ ପ୍ରାଣ

କଳଙ୍କିତ ପ୍ରତି ଘରେ l


ଟିଭି ସିରିଏଲ ଡ୍ରାମାର ପେଣ୍ଡାଲ 

ପ୍ରେମ ପାଇଁ ଚାଲେ ସିନା 

ଦେଖି କରି ଜନେ କୃତ୍ରିମର ପ୍ରେମେ

ହୁଏ ସଦା ଆନମନା l


ପ୍ରେମ ପାଇବାକୁ ଖୋଜେ ପ୍ରେମିକାକୁ

ସହର ପଥ ନଗର 

ପ୍ରେମ ହୃଦେ ଘର ପ୍ରାଣ ମନ୍ଦିରର

ମନକୁ ନିର୍ମଳ କର ।



Rate this content
Log in

Similar oriya poem from Romance