ପ୍ରେମ
ପ୍ରେମ
ପ୍ରେମ କୁ କିଏ କହେ ପବିତ୍ର
ସୁନ୍ଦର ଆଉ ସୁଖଦ କାଳେ
ହେଲେ ମୁଁ କହିବି ପ୍ରେମର ଜ୍ବାଳା
ସମ୍ଭାଳିହୁଏନି ବେଳେ ବେଳେ
ଏଣୁ ସତର୍କ ରହିବା ଦରକାର
ବିସ୍ପୋରଣ ହେବା ଆଗରୁ ।
ପ୍ରେମ ଶାଶ୍ବତ,ଚିରନ୍ତନ
କେଉଁ ଆବାହକାଳରୁ ଆବିର୍ଭୁତ
ତଥାପି ପ୍ରେମର ମାୟାରେ ବାନ୍ଧିହେଲେ
ଜୀବନ ଥାଇ ବିଷଭରା ହୁଏ ଜୀବନ
ଦେଖି ହୁଏ ନାହିଁ ତାର କଷ୍ଟ ,ବିରହର ।
ପ୍ରେମ ତ ସମସ୍ତେ କରନ୍ତି ପଶୁପକ୍ଷୀ ବି
କିନ୍ତୁ ଆମ ପ୍ରେମ କିଛି ନିଆରା ଢଙ୍ଗର
ଦେହ ଜଳିଲେ ବି କ୍ଷତ ନ ଥାଏ
ବିରହ ଭିତରେ ଥିବା ପ୍ରେମ ଆହୁରି
ହୋଇଯାଏ ଶକ୍ତିଶାଳୀ ଆଉ ସ୍ବତନ୍ତ୍ର ।।
ପ୍ରେମର ଜ୍ବାଳାରେ ତାତି ଥିଲେ ବି
ଶୀତଳତା ର ଅନୁଭବ ଦିଏ
ପ୍ରେମର ଆକାର ନାହିଁ କି ପ୍ରକାର
ଏ କଥା ମୁଁ ମାନିପାରିବିନି କଦାପି
କାରଣ ପ୍ରେମରେ କିଏ ବାନ୍ଧିହୁଏ
ସଂପର୍କ ବଜାୟ ରଖିବାକୁ ତ ଆଉ
କିଏ ଆତ୍ମତୄୄୄୄୄୄୄୄୄୄୄପ୍ତି ପାଇବାକୁ ତ ପୁଣି
କିଏ କରନ୍ତି ପ୍ରେମ ଟାଇମପାସ ପାଇଁ ॥

