STORYMIRROR

kahnu charan sahu

Romance

2  

kahnu charan sahu

Romance

ପ୍ରେମ

ପ୍ରେମ

1 min
164

ପ୍ରେମ ତ ଶାଶ୍ୱତ ପ୍ରେମ ଚିରନ୍ତନ

ପ୍ରେମ ହିଁ ତ ଜାଗରଣ

ପ୍ରେମ ହିଁ ସର୍ବସ୍ୱ ଜୀବନ ପଥରେ

ପ୍ରେମରେ ଲକ୍ଷ୍ୟ ପୂରଣ


ପ୍ରେମକୁ ଆଦରି କରିଲେ କରମ

ପ୍ରେମ ରଚେ ଇତିହାସ

ପ୍ରେମରେ ମାନବ ହୁଅଇ ମହାନ

ପ୍ରେମେ ହୃଦୁ ଦୂରେ କ୍ଳେଶ


ପ୍ରେମରେ ନ ଥାଏ ଅବଶୋଷ କେବେ

ପ୍ରେମରେ ନ ଥାଏ କଷ୍ଟ

ପ୍ରେମରେ ନ ଥାଏ ଆକର୍ଷଣ ପୁଣି

ପ୍ରେମ ନକରେ ଭ୍ରଷ୍ଟ


ପ୍ରେମ ସଞ୍ଚିବନି ଜୀବନ କାହାଣୀ

ପ୍ରେମ ଏକ ନୂଆ ସ୍ପର୍ଶ

ପ୍ରେମ ବୁଣେ ବିଶ୍ୱାସର ବିଜମନ୍ତ୍ର

ପ୍ରେମରେ ଅନେକ ଯଶ


ପ୍ରେମଯେ ନିର୍ବାଣ ପ୍ରେମ ମୋକ୍ଷ ଧାମ

ପ୍ରେମରେ ମନ ସ୍ବର୍ଗୀୟ

ପ୍ରେମମୟ ସୃଷ୍ଟି ଆନନ୍ଦର ବୃଷ୍ଟି

ପ୍ରେମ ସଦା ସୁଖମୟ


ପ୍ରେମଯେ ଛନ୍ଦଇ ଅଜଣା ହୃଦୟ

ପ୍ରେମର ସମ୍ପର୍କ ଗଢ଼ି

ପ୍ରେମର ପରଶ ହୃଦୟର ଦେଶେ

ପ୍ରେମର ଗୋଲାପ କଢି


ପ୍ରେମଯେ ଆଲୋକ ଅନ୍ଧାରୀ ସହରେ

ପ୍ରେମଯେ ମଧୁର ବାସ

ପ୍ରେମରେ କଦାପି ନଥାଏ ଜୀବନେ

ପ୍ରେମର କେବେ ଯେ ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance