STORYMIRROR

ରୀକ୍ଷିରାମ ମେହେର

Romance Inspirational

3  

ରୀକ୍ଷିରାମ ମେହେର

Romance Inspirational

ପ୍ରେମ

ପ୍ରେମ

1 min
304


ପ୍ରେମ କାହା ପାଇଁ ପୂଜା

              ତ କାହା ପାଇଁ ଅର୍ଘ୍ୟ,

ପ୍ରେମ କାହା ପଇଁ ସ୍ବପ୍ନ

             ତ କାହା ପାଇଁ ଦର୍ପଣ,

ପ୍ରେମ କାହା ପାଇଁ ସ୍ମୃତି

            ତ କାହା ପାଇଁ ଅନୁଭୁତି,

ପ୍ରେମ କାହା ପାଇଁ ବାଳିଘର

         ତ କାହା ପାଇଁ ବଡ଼ ଦେଉଳ,

ପ୍ରେମ କାହା ପାଇଁ ସ୍ମୃତି ଛବି 

          ତ କାହା ପାଇଁ ମନର ମିତ,

ପ୍ରେମ କାହା ପାଇଁ ମିଠା ଜହର

        ତ କାହା ପଇଁ ସ୍ନେହ ଉପହାର,

ପ୍ରେମ କାହା ପାଇଁ ଦୁଃଖ

          ତ କାହା ପଇଁ ଜୀବନ ସୁଖ,

ପ୍ରେମ କାହା ପାଇଁ ହସ 

        ତ କାହା ପାଇଁ ଆଜୀବନ କାନ୍ଦ,

ପ୍ରେମ କାହା ପାଇଁ ଝରଣା 

            ତ କାହା ପାଇଁ ଅଶ୍ରୁ ଝର,

ପ୍ରେମ କାହା ପାଇଁ ମିଳନ

        ତୋ କାହା ପାଇଁ ଜିବନ ବିଛେଦ,

ପ୍ରେମ କାହା ପାଇଁ ବହି ମଲାଟ

        ତ କାହା ପାଇଁ ରୂପେଲି ପାରଦ,

ଲେଖିଲେ ପ୍ରେମର ପରିଭାଷା

         ଅନ୍ତ ହେବନି କି ହେବନି ଶେଷ,

ଜୀବନ ମାନେ ପ୍ରେମବନ୍ଧନ

          ଜୀବନ ମାନେ ଭଲ ପାଇବା,

ପ୍ରେମକୁ ଛାଡି କେହି କେବେ

      ବଞ୍ଚି ପାରିବେନି ବିନା ପ୍ରେମର ଭାବ,

କଥାରେ ଅଛି ପ୍ରେମ ହିଁ ପୂଜା

           ପ୍ରେମ ହିଁ ଶକ୍ତି ଭଗବାନଙ୍କ,

ସତୀ ପ୍ରେମରେ ହାରି ଥିଲେ

        ଯୋଗୀ ଦେବ ଦେବ ମହାଦେବ,

ଶେଷେ ଗ୍ରହଣ କଲେ ନିଜେ

         ପାର୍ବତୀ ରୂପରେ ସତୀ ଦେବୀ,

ଅର୍ଦ୍ଧ ନାରୀଶ୍ୱର ରୂପ ହେଲେ

           ଜାଣିଲେ ଜଗତ ପ୍ରେମ ଗୀତି,

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance