STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ପ୍ରେମ ଶଙ୍ଖ ନାଦ

ପ୍ରେମ ଶଙ୍ଖ ନାଦ

1 min
165

ଜାଳୁଛି ଦୀପାଳି

ଆଖିର ଲୁହରେ

ତୁମେ ଯିବା ଠାରୁ ପ୍ରିୟେ,

ବାଜୁଅଛି ଶଙ୍ଖ

ତୁମରି ନାଦରେ

ସଦା ସର୍ବଦା ହୃଦୟେ।


ଲିଭିବ ନାହିଁ ଯେ

ସେହି ଦୀପାଳିଟି

ଅସରା ଇନ୍ଧନ ଅଛି,

ଲୁହର ଇନ୍ଧନ

ଭରି ରହି ଅଛି

ମୃତେ ସରିବ ଭାବୁଛି।


ହୃଦୟେ ବାଜୁଛି

କୋହର ଶଙ୍ଖ ଟି

ଫୁଙ୍କିବା ଅଲୋଡା ହୁଏ,

ସଦାବେଳେ ସିଏ

ବାଜଇ ହୃଦରେ

ତୁମ ସ୍ମୃତି ଗାଈ ସିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance