ପ୍ରେମ ଶଙ୍ଖ ନାଦ
ପ୍ରେମ ଶଙ୍ଖ ନାଦ
ଜାଳୁଛି ଦୀପାଳି
ଆଖିର ଲୁହରେ
ତୁମେ ଯିବା ଠାରୁ ପ୍ରିୟେ,
ବାଜୁଅଛି ଶଙ୍ଖ
ତୁମରି ନାଦରେ
ସଦା ସର୍ବଦା ହୃଦୟେ।
ଲିଭିବ ନାହିଁ ଯେ
ସେହି ଦୀପାଳିଟି
ଅସରା ଇନ୍ଧନ ଅଛି,
ଲୁହର ଇନ୍ଧନ
ଭରି ରହି ଅଛି
ମୃତେ ସରିବ ଭାବୁଛି।
ହୃଦୟେ ବାଜୁଛି
କୋହର ଶଙ୍ଖ ଟି
ଫୁଙ୍କିବା ଅଲୋଡା ହୁଏ,
ସଦାବେଳେ ସିଏ
ବାଜଇ ହୃଦରେ
ତୁମ ସ୍ମୃତି ଗାଈ ସିଏ।

