ପ୍ରେମ ଶବଦ ରୁ ଝରେ ପ୍ରୀତିର ମହକ
ପ୍ରେମ ଶବଦ ରୁ ଝରେ ପ୍ରୀତିର ମହକ
ପ୍ରେମ ଶବଦ ରୁ ଝରେ
ପ୍ରୀତିର ମହକ
ସୁନେଲି ସ୍ୱପନେ
ମଜ୍ଜି ଯାଇଛି ପ୍ରେମିକ
ନିଁଝୁମ ରାତିର ଅନ୍ଧକାରେ
ହୃଦୟର ଶୂନ୍ୟସ୍ଥାନରେ
ଚୁପି ଚୁପି କିଏ ସେ ଆସି
ହଜାଇ ଦିଏ ତା ଭାବ ତରଙ୍ଗିଣୀରେ
ବାସ୍ତବ ଜୀବନଠୁ ଦୁରେଇ
ପ୍ରେମର ରାଗିଣୀ ସଜେଇ
ଇନ୍ଦ୍ରଧନୁର ସାତ ରଙ୍ଗେ
ନିଜକୁ ସଜାଇ ଅଙ୍ଗେ ଅଙ୍ଗେ
ମନଲୋଭା ସୌନ୍ଦର୍ଯ୍ୟରେ
ପ୍ରେମର ପ୍ରଦୀପ ତେଜିଉଠେରେ
ପ୍ରେମ ରାଇଜେ ନିଜକୁ ହଜାଇ
ପରମ ତୃପ୍ତିର ସ୍ୱାଦ ଚଖେଇ
ନିମିଷକେ ଭାବ ବିହ୍ଵଳ ହୋଇ
ବାସ୍ତବତା ଠୁ ନିଜକୁ ଦୁରେଇ
କିଛି କ୍ଷଣ ସୁଖ ପାଇଁ ଆଜି
ପ୍ରେମ ପାଇଁ ପାଗଳ ସାଜି
ନିଜକୁ ତିଳ ତିଳ କରି ଦିଏ ରେ
ପ୍ରେମ ପାଇଁ ବାଟ ବଣା ହୁଏ ରେ

