ପ୍ରେମ ଋତୁ
ପ୍ରେମ ଋତୁ
ପ୍ରେମ ଋତୁ ଏହି ଆସିଛି ବସନ୍ତ
ଶୋଭା ପରିପୂର୍ଣ୍ଣ ବିଦିଗ ଦିଗନ୍ତ ।
ଋତୁ ରାଜ ସାଜି ରାଜକୀୟ ବେଶ
ଭୂଷଣ ମଣ୍ଡିତ ଚାରୁ ପ୍ରକୃତି ପ୍ରକାଶ ।
ପାଇଛି ବର୍ଣ୍ଣାଢ଼୍ୟ ତର ଉପମା
ଦେବା କୁ ନାହିଁ କି ଦିଶେ ଅନୁପମା ।
ପ୍ରେମ ପ୍ରଣୟ ଆନନ୍ଦ ରେ ଭରା
ପ୍ରେମୀ ଜନ ମନେ ଜାଗେ ଉଦ୍ଦୀପନା ।
ବିହଙ୍ଗେ ଗାଇ ଗାଇ ସୁମଧୁର ଗୀତି
ପ୍ରେମିକ ପ୍ରେମିକା ପ୍ରାଣ ଉଲ୍ଲାସନ୍ତି ।
ଉତ୍ତେଜନା ଅନୁଭବ ନିରନ୍ତର
ସୃଜି ପ୍ରେମେ ଆକର୍ଷାଇ ଏ ଅନ୍ତର ।
ମିଳନ ପାଇଁ କି ବ୍ୟାକୁଳ କରାଏ
ଫୁଲ ଗନ୍ଧ ଫୁଲ ଶର ନିତି ବରଷାଏ ।
କି ରୋମାଞ୍ଚ କର ଏ ବସନ୍ତ କାଳ
ଅପରୂପ ସୌନ୍ଦର୍ଯ୍ୟ ଧାରା ଅତୁଳ ।
ସମୃଦ୍ଧି ସବୁଠି ରାଜେ ରୁଚିର ତର
ଋତୁ ରାଜ ଏହି ପ୍ରେମ ସୁମଧୁର ।
ସୁଖକର ସୁସୁନ୍ଦର ମିଳନ ମାଧୁରୀ
ପ୍ରୀତି ଅନୁରାଗ ପ୍ରବାହକୁ ଜାରି ।
ରଖି କରେ ପ୍ରେମ ମୟ ଏ ମରତ
କିସୁନ୍ଦର ପ୍ରେମ ଋତୁ ଏ ବସନ୍ତ ।

