STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
287


ଭ୍ରମର ଯେମିତି

ପାଶୋରି ପାରେ ନା     ହସ ହସ ସଜ ଫୁଲକୁ;

ମନା କରି “ପାରେ-

ନାହିଁ” ତା ପ୍ରୀୟକୁ       ଓଠୁ ମଧୁ ପିଇବାକୁ ।।

ଶିହରିତେ କଳି

କୋମଳାଙ୍ଗୀ ଖୋଜେ  ଅଭୁଲା ଭ୍ରମର ଦଂଶନ;

ପ୍ରେମ ପୁଲକରେ

ପୁଲକିତ ହୋଇ     ସୁଖେ ସହେ ତାର ଦହନ ।।


ଗୁଣୁ ଗୁଣୁ ବୀଣା

ଗୁଞ୍ଜରିତ କରି     ଭ୍ରମର ଯେବେଳେ ଆସଇ;

ଫୁଲ କୁଆରୀ ତା

କୁଆଁରୀ ମନକୁ      ନିର୍ବିଘ୍ନେ ସମର୍ପି ଦିଅଇ ।।

ଏ ଯୈ।ବନ ମଧୂ

ନିଅ ଶୋଷି ବନ୍ଧୁ      ଅତିବ ବିହ୍ଵଳେ କହଇ;

ଅନୁଢା କୁଆଁରୀ

ପ୍ରେମ ମୋଦେ ନିଜେ  ନିଜକୁ ଦିଅଇ ହଜାଇ ।।


ପ୍ରେମ ତ ବୁଝେନା

ଗୋରା,କଳା ରଙ୍ଗ   ପ୍ରେମ ଖୋଜେ ଖାଲିମନ;

ଜାତୀ,ଧର୍ମ,ଭାଷା

ଉଚ,ନୀଚ ଭାବ      ବୁଝେନାହିଁ ଅନ୍ଧ ପ୍ରେମ ।।

ପ୍ରେମ ଏକ “ନୈସ-

ର୍ଗିକ”ବିଭୁଦତ୍ତ      ଜୀବନର ଦିବ୍ୟ‌ ପ୍ରକ୍ରିୟା;

ପ୍ରେମ ଅଟେଏକ

ଅଭେଦ୍ୟ ଦୁର୍ଗରେ     ସାଇତା ଅଜବ ମାୟା ।।


ପ୍ରେମ ପାଇଁ “ତାଜ-

ମହଲ” ମିନାର       ପ୍ରେମମୟ ଏକ ଚିତ୍ର;

ପ୍ରେମ ପାଇଁ “ମିରା-

ବାଈ” ପାଗଳିନୀ      ବିଭୁପଦେ ସମର୍ପିତ ।।

ପ୍ରେମ ଆନନ୍ଦର

ଅନ୍ତର୍ମୁଖୀ ସ୍ଵର      ସେ ଏକ ଅପଢା ଭାଷା;

ଭାଷା ପୀୟୂଷ ର

ପବିତ୍ର ନିର୍ଝର       ପିଆସୀ ମନର ଆଶା ।।


ପ୍ରେମର ଦେବତା

କାମ ଫୁଲଶର  କରନ୍ତି ଯେବେ ପ୍ରହାର;

ଯୋଗେଶ୍ଵର ଯୋଗ 

ଭଙ୍ଗ ହୋଇଯାଏ  ଅପାର ଶକତି ତାର ।।

ପ୍ରେମ ଚିରନ୍ତନ

ଚିର ଶାଶ୍ଵତ  ସତ୍ୟ,ଶିବ ଆଉ ସୁନ୍ଦର;

ସବୁ ଠାରେ ସ୍ଥିତ

କରେ ପରାହତ ରଖେନି ବଡେଇ କାହାର ।।



Rate this content
Log in

Similar oriya poem from Romance