STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ପ୍ରେମ ପୁରାଣ ଓରଫ୍ ଭାଲେଣ୍ଟାଇନ୍

ପ୍ରେମ ପୁରାଣ ଓରଫ୍ ଭାଲେଣ୍ଟାଇନ୍

2 mins
330


ସାତଖଣ୍ଡ ହରିବଂଶ ସେ ମହାପୁରାଣ,

ଭାଲେଣ୍ଟାଇନ୍‌ଡେ ସାତଖଣ୍ଡ  ସେ ପ୍ରେମ ପୁରାଣ।      

କେଉଁ ବ୍ୟାସ ଲେଖିଗଲେ ଏ ପ୍ରେମ ପୁରାଣ,

ପ୍ରେମୀଙ୍କ ପ୍ରେମ ମନ୍ଦିର ଏକାମ୍ର କାନନ।


ଶୁଣାଯାଏ ଶିବ ଆଉ ପାର୍ବତୀଙ୍କ ପ୍ରେମ,

ଯହିଁ ଲିଳାୟୀତ‌ ତହିଁ ଏକାମ୍ର କାନନ।

ଆଜି ସେଠି କଳିଯୁଗ ରାଧାକୃଷ୍ଣଙ୍କର,

ଯୁଗଳ ମୂରତୀ‌ ଶୋହେ କେଡ଼େ ମନୋହର‌।


ପ୍ରେମ ପୁରାଣର ଭକ୍ତ ସେ ପ୍ରେମୀ ଯୁଗଳ,

ପର୍ବଟି ଭେଲେଣ୍ଟାଇନ୍‌ ବଡ଼ ଆଡମ୍ବର।

ସାତ ଦିନ ପର୍ବ ଚାଲେ ଏ ପ୍ରେମ ପୁରାଣେ,

ପ୍ରଥମ ଦିନ ଗୋଲାପ ଆଦାନ ପ୍ରଦାନେ।


ପର୍ପୋଜ୍ ଘୋଷଣା ପୁଣି ଦ୍ଵିତୀୟ ଅଧ୍ୟାୟ,

ତୃତୀୟେ ଡେଡ୍ଡୀ ଡେ କଣ୍ଢେଇଟି‌ ଦିଅ।

ଚତୁର୍ଥରେ ଆଉ ଏକ ସୋପାନ ଆଗାଅ,

ମନ ଖୋଲି କିସ୍ ଯେତେ ଦିଆନିଆ ହୁଅ।


ସହଜେ ଯୁବା ବୟସ ଅସମ୍ଭାଳ ମନ,

ପଞ୍ଚମରେ ହଗ୍‌ କହି କର ଆଲିଙ୍ଗନ।

କିଏ କହେ ଗେହ୍ଲୁ‌ ପୁଣି କିଏ କହେ ଧନ,

କାମନା ଲାଳସା ଏତ‌ ଖାଲି ମିଛ ପ୍ରେମ।


ତା'ପରେ କହିବାକୁ ଭାଷା ଆଉ ନାହିଁ,

ସପ୍ତମେ ପ୍ରେମ ଯଜ୍ଞର ପୂର୍ଣ୍ଣାହୁତି ହୋଇ।

ଏହା ଅନ୍ତେ ହୋଇଥାଏ ଦେବୀ ବିସର୍ଜନ,

ପରେପରେ ମଦ ମାଂସେ କମ୍ପେ ଯେ ମେଲଣ।


ପାଠ ପଢା ନାଁ ରେ ଯେ ଏହି ଲୀଳା କର,

ବାପା ମାଆଙ୍କ ମୁହଁ ରେ ଚୂନକାଳି ମାର‌।

ୟୂରୋପରେ ରାଜାଟିଏ‌ ଥିଲେ ସ୍ଵେଚ୍ଛାଚାରୀ,

ପ୍ରେମ ପାଇଁ ପ୍ରେମୀକଙ୍କୁ ଆଣି ବନ୍ଦୀ କରି‌।


ସଚ୍ଚା ପ୍ରେମ ମାନେ ସିଏ ବୁଝି ନ ପାରିଲା,

ପ୍ରେମୀ ଯୁଗଳଙ୍କୁ ନେଇ ଫାଶୀଦଣ୍ଡ ଦେଲା।

ଶୁଣିବା କଥା ଏହା ମୁଁ ବିଶେଷ ଜାଣିନି‌,

କାହା ଟାଇଟେଲ୍‌ ପୁଣି ଏ ଭାଲେଣ୍ଟାଇନି‌।


ସଡ଼କ ସୁରକ୍ଷା ସପ୍ତାହ ପାଳିଲା ଭଳିଆ,

ପ୍ରେମ ପରବ‌ ପାଳନ ସେ ସାତ ଦିନିଆ‌।

ଅଲାଜୁକ,ନୀର୍ଲଜ, ଅଶ୍ଳୀଳ ବ୍ୟବହାର,

ବଜରଙ୍ଗ ଦଳ ମାଡ଼ ତୁମକୁ ଦର୍କାର‌।


ମନେପଡେ ଭାଲେଣ୍ଟାଇନ୍‌ ଦିନଟି ମୋହର,

ଏକାମ୍ର କାନନେ ଭିଡ଼ ପ୍ରେମୀ ଯୋଡ଼ିଙ୍କର।

ବଜରଙ୍ଗ ଦଳ ବନ୍ଧୁ ଧରି ଗେଣ୍ଡୁହାର,

କହନ୍ତି ବିବାହ କର ଦେଇ ବନମାଳ।


ମୁହଁରେ କପଡା ବାନ୍ଧି ନଫଡା ଦେଖାଇ,

ପ୍ରେମୀ ମାନେ ଡର ଭୟେ ଗଲେ ଯେ ପଳାଇ‌।

ସେଇ ଦିନ ଶୁଣିଥିଲି ଏହି ଶବ୍ଦଟିକୁ,

ଭାଲେଣ୍ଟାଇନ ଡେ ବୋଲି ପ୍ରେମ ଦିନଟିକୁ।


ଦୀର୍ଘ ସାତ ଦିନ ଧରି ଏ ପର୍ବ ପାଳନ୍ତି,

ଫେବୃଆରୀ ସାତଟିକୁ ଚାହିଁ ରହିଥାନ୍ତି।

ମୋବାଇଲ୍ ପ୍ରେମ ଫେସ୍‌ବୁକ୍‌ କାରବାର,

କିସ୍‌ ଖାଏ ମୋବାଇଲ ଯେଉଁ ପରକାର‌।


ସେଇଭଳି ପରାଏହି ତୁଚ୍ଛା ଦେହଟିକୁ,କାମୁକ ବାଇଆ ହୁଏ

ପ୍ରେମ କରିବାକୁ‌।ମନ ଦିଆ ନିଆ ପ୍ରେମ ଅତୁଟ ଅମର,ବିଦେଶୀଆ ପ୍ରେମ ଭାଇ ଦୟାକରି ଛାଡ‌।

ପ୍ରେମ ପୁରାଣ ବନାମ ଯେ ଭାଲେଣ୍ଟାଇନ,

ଜଟିଳ ପ୍ରେମ ଗଣିତ ଏ ସୂତ୍ର ମୁଁ ପାଉନି‌।


ଲେଡି ଗୁରୁଙ୍କଠାରୁ ମୁଁ ଯାହା ଶୁଣିଥିଲି,

ସଂକ୍ଷେପରେ ଏହିକଥା ଗୀତରେ କହିଲି‌।

ଏହିଠାରୁ ପ୍ରେମ ପାଠ ଆରମ୍ଭ ଯେ ହେଲା,

ପୁରାଣ ପୋଥୀରେ ପୁଣି ଡୋରୀ ବନ୍ଧା ହେଲା‌।


ଦୋଷ ଥିଲେ କ୍ଷମା ଦେବ ମୋ ପ୍ରିୟ ପାଠକ,

ଆପଣଙ୍କୁ ହାତ ଯୋଡେ ଏ ଅପର୍ତ୍ତି ମୂର୍ଖ।


(ଇତି ଶ୍ରୀ ପ୍ରେମ ପୁରାଣ /ଭାଲେଣ୍ଟାଇନ୍ ଡେ ବର୍ଣ୍ଣନେ ନାମ

ସପ୍ତମ ଅଧ୍ୟାୟ ‌)

(""ଭୀମସ୍ଯାପି ରଣୋଭଙ୍ଗୋ ମୁନିରପି ମତିଭ୍ରମ ଯଦି‌ ଶୁଦ୍ଧ ମଶୁଦ୍ଧଂ ବା ମମ ଦୋଷ ନ ବିଦ୍ୟତେ। )


Rate this content
Log in

Similar oriya poem from Comedy