Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Romance Classics Inspirational

3  

Padmalaya Mishra

Romance Classics Inspirational

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
8



ପ୍ରେମ

ଅଢେଇ ଅକ୍ଷର

ସେଇଥିରେ ବନ୍ଧା ଏ ସାରା ସଂସାର

ମାନବ ଠୁ ଦେବତା

ପ୍ରେମ ପାଖେ ବନ୍ଧା

ସେଇ ପ୍ରେମରେ ପରା ବନ୍ଧା ହୋଇ

ଆସିଥିଲେ ରାମ

କୌଶଲ୍ୟାଙ୍କ ଗର୍ଭରୁ ନେଲେ ଜନମ

ରାମ ପ୍ରେମେ ଦଶରଥ ଛାଡିଲେ ଇହଧାମ

ସ୍ଵାମୀ ପ୍ରେମେ ଟାଣି ହୋଇ ସୀତା

ବନକୁ ଗମନ କଲେ ଜନକ ଦୁହିତା

ଭାତୃପ୍ରେମେ ପଛେ ପଛେ ଗଲେ ଲକ୍ଷ୍ମଣ

ଏପଟେ କଥା ଦେଇ

ଭରତ କରୁଥିଲେ ନୀରବେ ରୋଦନ

ଅନନ୍ୟ ଶବରୀର ପ୍ରେମ

ସେ ପ୍ରେମରେ ବନ୍ଧା ହେଲେ ଭଗବାନ ।


ଭୂପୃଷ୍ଠକୁ ଆସି କାହ୍ନୁ

ଦେବକୀ ଓ ଯଶୋଦା ଦୁହିଁଙ୍କ

ମାତୃପ୍ରେମେ ବାନ୍ଧି ହେଲା

ପୁଣି ନିଜ ପ୍ରେମେ ବାନ୍ଧି ଦେଲା

ତା ପ୍ରେମରେ ବାଇ ହେଲେ ଗୋପାଙ୍ଗନା

ରାଧାକୁ ତ ମନା ହେଲା ଯମୁନା

ପାଣ୍ଡବଙ୍କୁ ବାନ୍ଧି ଗୋଟିଏ ଡୋରରେ

ସଭିଙ୍କୁ ବାନ୍ଧିଲେ ଦ୍ରୌପଦୀ ପ୍ରେମରେ

କାହ୍ନୁ ପ୍ରେମେ ମୀରା ବାଈ

ସଂସାର ତ୍ୟାଗିଲେ କୃଷ୍ଣ ଗୀତ ଗାଇ ।


ପ୍ରେମ ବନ୍ଧା ମା ପଣତରେ

ବାପାଙ୍କ ତାଗିଦ୍ ରେ

ଭାଈ ଭଉଣୀ କଳିରେ

ପ୍ରେମକୁ ଖୋଜିବା ନିଜ ନିଜ ଭିତରେ

ବାଣ୍ଟୁଥିଲେ ପ୍ରେମ ମିଳିବ ନିଶ୍ଚୟ

ପ୍ରେମରେ ଭରି ଦେବା

ପ୍ରତିଟି ହୃଦୟ

କେଦାର-ଗୌରୀ ଅବା

ସୋନି-ମହିପାଳ

ଶାଶ୍ୱତ ପ୍ରେମ ପାଇଁ

ଅମର ଚିରକାଳ ।


ପ୍ରେମ

ସରସ ସୁନ୍ଦର ମନୋହର

ବଞ୍ଚିବା ପାଇଁ ଅଦୃଶ୍ୟ ଆହାର

ପ୍ରେମ ବିନା ନୀରସ ସଂସାର ।



Rate this content
Log in

Similar oriya poem from Romance