ପ୍ରେମ ପିଶାଚ
ପ୍ରେମ ପିଶାଚ
ପ୍ରେମ
କିଏ କହେ ପ୍ରେମ ହୃଦୟର ସ୍ପନ୍ଦନ
କିଏ କହେ ହୃଦୟ ଗୀତି,
କିଏ କହେ ପୁଣି ମନର ଭାବନା
କିଏ କହେ ମଧୁର ସ୍ମୃତି |
ପ୍ରେମ
ପ୍ରେମ ଯେବେ ମିଳେ ଯାହାକୁ
ଉଚ୍ଛଳ ରେ ଖୁସି ହୁଏ ଅତି ଅତି,
ପ୍ରେମ ନ ମିଳିଲେ ଦୁଃଖ ମନରେ
ଜୀବନ ଯାଏ ତାର ବିତି |
ପ୍ରେମ କରେ ଯେ ପାଇବା ଇଚ୍ଛାରେ
କରେ ପୁରା ପରିଶ୍ରମ,
ଆଉ ଯେ ନ ପାଇଲେ ପ୍ରେମ
କିଏ କିଏ କରେ ଧର୍ଷଣ ପରି କାମ |
ଯିଏ ପାଇଲା ପରେ ଆଉ
ନ ମିଳିଲl ପରେ କୁ କର୍ମ ଯେ କରିବ,
ଆମ ଗାଁ ରେ ଆମ ସମାଜରେ
କୁକୁର, ପିଶାଚ ସେ ବୋଲାଇବ |
ତାର ଠାରେ ନାହିଁ ସ୍ନେହ ମମତା
ନାହିଁ ତା ପାଇଁ ଦୁଃଖ, ଶୋକ
ଏମିତି ଲୋକଙ୍କୁ ପାଖରେ ନ ରଖି
ମିଳିବ ମନକୁ ସୁଖ |
ପ୍ରେମ ପରା ଏକ ମଧୁର ଅନୁଭୂତି
ନିସ୍ଵାର୍ଥେ କର ପ୍ରେମ,
ନିସ୍ଵାର୍ଥେ ଯେ ପ୍ରେମ କରିବ
ମିଳିବ ସୁଖର ପରିଣତି |
ପବିତ୍ର ମନ ନେଇ ପବିତ୍ର ପ୍ରେମ
କରିବ ଯେ ସେ ହେବ ପାପ ମୁକ୍ତି,
ପ୍ରେମ ପିଶାଚ ନ ସାଜି ସର୍ବେ
ପବିତ୍ର ପ୍ରେମକୁ ଆଦରି ନେଲେ
ମିଳିବ ପରମ ତୃପ୍ତି |
